ବିଜେଡ଼ିରେ ଯୋଗଦେଲେ ବରିଷ୍ଠ ବିଜେପି ନେତା ଉତ୍କଳ ପରିଡ଼ା ଓ କଂଗ୍ରେସ ନେତା ପ୍ରମୋଦ ଜେନା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ବିଜେପି ନେତା ଉତ୍କଳ ପରିଡ଼ା ଓ ପାରାଦୀପର ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଜେନା ରବିବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେପି ନେତା ଉତ୍କଳ ଏବଂ କଂଗ୍ରେସ ନେତା ପ୍ରମୋଦ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ଗୀତାଞ୍ଜଳି ସେଠୀ ଓ କଂଗ୍ରେସ ପର୍ଯ୍ୟବେକ୍ଷକ ରଂଜନ କୁମାର ଦାସ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲା କଂଗ୍ରେସର ଉପସଭାପତି ସନ୍ତୋଷ କୁମାର ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ କିଷାନ ସେଲ୍‌ର ସଂପାଦକ ବିଶ୍ୱନାଥ ପାଣି, ପାରାଦୀପ ଯୁବ କଂଗ୍ରେସର ସଭାପତି ସନ୍ତୋଷ କୁମାର ବିଶ୍ୱାଳ ଓ ପାରାଦୀପ କାଉନସିଲର ମନୋଜ କୁମାର ବେହେରା ବିଜେଡ଼ିରେ ଯୋଗ ଦେଇଛନ୍ତି।

ବିଜେପି ଓ କଂଗ୍ରେସରୁ ୭ ଜଣ ବରିଷ୍ଠ କର୍ମୀ ଯୋଗଦେବା ପରେ ବିଜେଡି କେନ୍ଦ୍ରାପଡ଼ାରେ ଅଧିକ ମଜବୁତ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର