ବିଜେପି ନେତାଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ: ଅମିତ ଶାହା

ଭୁବନେଶ୍ୱର: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ।

ଶାହା କହିଛନ୍ତି ଯେ, ବିଜେପିର ଏହି ନେତା ମାନେ ସେମାନଙ୍କ ବୟାନ ଫେରାଇନେବା ସହ ଏଭଳି ଅପ୍ରୀତିକର ବୟାନ ପରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସତ୍ୱେ ବିଜେପିର ଗରିମା ଓ ବିଚାରଧାରା ବିପରୀତ ବୟାନକୁ ଦଳ ଗମ୍ଭୀରତାର ସହ ନେଇଛି । ଏହି ୩ ନେତାଙ୍କ ବୟାନ ବିରୁଦ୍ଧରେ ନିର୍ଣ୍ଣୟ ନେବା ପାଇଁ ବୟାନ ଗୁଡିକୁ ପାର୍ଟିର ଅନୁଶାସନ ସମିତିକୁ ପଠାଇ ଦିଆଯାଇଛି । ଅନୁଶାସନ ସମିତି ତିନି ନେତାଙ୍କୁ ଜବାବ ତଲବ କରି ୧୦ ଦିନ ମଧ୍ୟରେ ରିପୋର୍ଟ ପାର୍ଟିକୁ ଦେବ ବୋଲି ଶାହା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର