ଯୋଗୀଙ୍କୁ ହରାଇଲା ହିନ୍ଦୁତ୍ୱ, ଏହି ଭାଷଣ ଯୋଗୁଁ ଉତ୍ତରପ୍ରଦେଶରେ ବିଜେପି ଉପରେ ପଡ଼ିଲା ପ୍ରଭାବ!
ଲକ୍ଷ୍ନୌ: ହିନ୍ଦୁତ୍ୱ ଚେହେରା ରଖିଥିବା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଷଣ କଇରାଣା ଲୋକସଭା ନିର୍ବାଚନ ମଣ୍ଡଳୀ ଓ ନୂରପୁର ବିଧାନସଭା ଆସନରେ ମତଦାତାଙ୍କୁ ପ୍ରଭାବ ପକାଇ ପାରି ନାହିଁ। ଯୋଗୀଙ୍କ ହିନ୍ଦୁବାଦୀ ନୀତି ଯୋଗୁଁ ନିଜର ସିଟ ଗୋରଖପୁର ଉପନିର୍ବାଚନରେ ବିଜେପି ଲଜ୍ଜାଜନକ ପରାଜୟ କରିଥିଲା। ଗୋରଖପୁରରୁ ବିଜେପି ପ୍ରାର୍ଥୀ ହାରିବା ସମେତ ଫୁଲପୁରରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ବିଜେପିର ସମ୍ମାନ ରଖିପାରି ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପରାଜୟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗୀ କହିଥିଲେ, ଭାରତୀୟ ଜନତା ପାର୍ଟି ଆତ୍ମବିଶ୍ୱାସ ଯୋଗୁଁ ପରାଜିତ ହୋଇଛି। ଏହି ନିର୍ବାଚନରୁ ବିଜେପି ଓ ସରକାର ବହୁତ କିଛି ଶିଖିଛି ବୋଲି ଯୋଗୀ କହିଥିଲେ। ଅନ୍ୟପକ୍ଷରେ ଆଜି କଇରାଣା ଓ ନୂରପୁର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ଫଳାଫଳ ଆସିବା ପରେ ବିଜେପିର ଭାବମୂର୍ତ୍ତି ଆହୁରି ସ୍ପଷ୍ଟ ହୋଇଯାଇଛି। ଏହା ପ୍ରମାଣିତ ହୋଇଛି ଯେ, ଉତ୍ତରପ୍ରଦେଶ ଜନତା ଯୋଗୀଙ୍କ ଭାଷଣକୁ ବିଶ୍ୱାସ କରୁ ନାହାନ୍ତି। କୁହାଯାଉଛି ଯେ, କଇରାଣାରେ ଯୋଗୀଙ୍କ ଭାଷଣ ଯୋଗୁଁ ବିଜେପି ଉପନିର୍ବାଚନରେ ହାରିଛି। ଏଠାରେ ଜାଠ ଭୋଟ୍ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଗତ ନିର୍ବାଚନରେ ଜାଠ ସମ୍ପଦାୟର ମତଦାତା ବିଜେପିକୁ ସମର୍ଥନ ଜଣାଇଥିଲେ। କିନ୍ତୁ ଉପନିର୍ବାଚନ ବେଳେ ଯୋଗୀ ପ୍ରଚାର ସମୟରେ ଏମିତି କିଛି ଭାଷଣ କରିଥିଲେ, ଯାହାକି ବିଜେପିକୁ ଓଳଟା ଫଳ ମିଳିଛି।
ଉପନିର୍ବାଚନରେ ରାଷ୍ଟ୍ରୀୟ ଲୋକଦଳ ନେତା ଅଜିତ ସିଂହ ପୂରା ଦମରେ ପ୍ରଚାର କରୁଥିଲେ। ସେ ବିରୋଧୀ ସମାଜବାଦୀ ଓ ବହୁଜନ ସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ଥିଲେ। ଜାଠ ସମ୍ପଦାୟର ଅଜିତ ସିଂହଙ୍କୁ ଅଥବା ବିଜେପିର ପ୍ରାର୍ଥୀଙ୍କୁ ଭୋଟ ଦେବେ ଦ୍ୱନ୍ଦରେ ପଡ଼ିଯାଇଥିଲେ।
କୁହାଯାଉଛି ଯେ, ଶାମଲିରେ ନିଜର ଶେଷ ର୍ୟାଲି ସମ୍ବୋଧନ କରୁଥିବା ବେଳେ, ଯୋଗୀ ଆଦିତ୍ୟନାଥ କରିଥିବା ଭୁଲ ଯୋଗୁଁ ଭାଜପାକୁ କଇରାଣା ଆସନରେ ପରାଜିତ ହେବାକୁ ପଡ଼ିଛି। ଯୋଗୀ ଏହି ର୍ୟାଲିରେ କହିଥିଲେ, ବାପ-ପୁଅ(ଅଜିତ-ଜୟନ୍ତ) ଆଜି ଭୋଟ ପାଇଁ ଗଳି ଗଳିରେ ଭୋଟ ମାଗୁଛନ୍ତି। ଏହି ଭାଷଣ ସ୍ଥାନୀୟ ଅଞ୍ଚଳର ମତଦାତାଙ୍କୁ ପସନ୍ଦ ଲାଗି ନଥିଲା। ଜାଠ ସମ୍ପ୍ରଦାୟର ଆଉ କୌଣସି ନେତା ବିଜେପି ପକ୍ଷରୁ କହିଥିଲେ କିଛି ପ୍ରଭାବ ପଡ଼ି ନଥାନ୍ତା କିନ୍ତୁ ଯୋଗୀ ଆଦିତ୍ୟନାଥ କହିଥିବାରୁ ସ୍ଥାନୀୟ ମତଦାତାଙ୍କୁ ଅପମାନ ଲାଗିଥିଲା। ଯୋଗୀଙ୍କ ଏହି ଭାଷଣ ଜାଠ ସମ୍ପ୍ରଦାୟ ଭିତରେ ନିଅାଁ ଭଳି ରାତିକ ଭିତରେ ବ୍ୟାପୀ ଯାଇଥିଲା।