ଡିଆଇଜି ଆଶିଷ ସିଂହଙ୍କ ବିରୋଧରେ ବିଜେପି ନିର୍ବାଚନ କମିସନ୍‌ଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ : ଡିଆଇଜି ଆଶିଷ ସିଂହଙ୍କ ବିରୋଧରେ ଆଜି ନିର୍ବା‌ଚନ କମିସନ୍‌ (ଇସି)ଙ୍କ ଦ୍ବାରସ୍ଥ ହୋଇଛି ବିଜେପି। ଡିଆଇଜି ଆଶିଷ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଜେଣ୍ଟ୍‌ ଭଳି କାମ କରୁଛନ୍ତି ଏବଂ ସେ ମୂଖ୍ୟମନ୍ତ୍ରୀଙ୍କ ଇସାରାରେ ବିଜେଡିର କାମ କରୁଛନ୍ତି ବୋଲି ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳ ଆଜି ନୂଆଦିଲ୍ଲୀ ସ୍ଥିତି ଇସିରେ ଅଭିଯୋଗ କରିଛନ୍ତି। ଆଶିଷ ସିଂହ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ହୋଟେଲକୁ ଡାକି ଧମକ ଦେଉଛନ୍ତି ଏବଂ ସେ ପୁଲିସ ଅଧିକାରୀ କମ୍‌ ନବୀନଙ୍କ ଏଜେଣ୍ଟ୍‌ ଭଳି କାମ କରୁଥିବାବେଳେ ସିଡିପିଓମାନେ ମଧ୍ୟ ବିଜେଡିର ଏଜେଣ୍ଟ୍‌ ରୂପେ କାମ କରୁଛନ୍ତି ବୋଲି ବିଜେପିର ୨ ପ୍ରତିନିଧିମଣ୍ଡଳ ଆଜି ଇସିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏବାଦରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ‌ କୌଣସି ଫଳ ମିଳିନଥିବା ଯୋଗୁଁ ପ୍ରତିନିଧିମଣ୍ଡଳ ସିଇସିଙ୍କ ଦ୍ବାରସ୍ଥ ହେଇଥିବା ଅବଗତ କରାଯାଇଛି। ଅନ୍ୟପକ୍ଷେ ମୁଖ୍ୟ ନିର୍ବାଚନ ଅଧିକାରୀ ଠିକ୍‌ ଭାବେ କାମ କରୁନଥିବାରୁ ତାଙ୍କୁ ହଟାଇବାପାଇଁ ମଧ୍ୟ ବିଜେପିର ପ୍ରତିନିଧିମଣ୍ଡଳ ଦାବି କରିଛନ୍ତି। ବିଜେପିର ପ୍ରତିନିଧିମଣ୍ଡଳରେ ନିର୍ମଳା ସୀତାରମଣ, ଭୂପେନ୍ଦ୍ର ଯାଦବ, ମୁକ୍‌ତାର ଅବାସ ନକ୍‌ଭୀଙ୍କ ସମେତ ଅନ୍ୟ ପ୍ରମୁଖ ନେତାମାନେ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର