‘ନମୋ ଏଗେନ୍‌’ ଲେଖି ସ୍ୱଏଟର ପିନ୍ଧି ଲୋକସଭା ଅଧିବେଶନରେ ପହଞ୍ଚିଲେ ବିଜେପି ନେତା, ଭଲ ଦିଶୁଛ କହି ଟୁଇଟ୍‌ କଲେ ମୋଦି

ନୂଆଦିଲ୍ଲୀ: ଆଉ ମାତ୍ର ମାସ କେଇଟା ପରେ ଲୋକସଭା ନିର୍ବାଚନ। ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ହିସାବରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ବିଜୟ ଲାଭ ପାଇଁ ସବୁ ଦଳର ନେତା ନିଜ ନିଜର ରଣନୀତି ଉପଯୋଗ କରି ପ୍ରଚାର କରିବାରେ ବ୍ୟସ୍ତ। ତେବେ, ଏ କାମରେ ଆଦୌ ପଞ୍ଚଘୁଞ୍ଚା ଦେଇ ନାହିଁ ଶାସକ ଦଳ ବିଜେପି।

ଶୀତ ଅଧିବେଶନର ଅନ୍ତିମ ଦିନରେ ବିଜେପି ସାଂସଦ ଅନୁରାଗ ଠାକୁର ପରିଧାନ କରିଥିବା ସ୍ୱଏଟର (ଶୀତ ଦିନିଆ ବସ୍ତ୍ର) ବିଜେପି ପାଇଁ ନିର୍ବାଚନ ପ୍ରଚାରର ଏକ ଜରିଆ ପାଲଟିଛି। ଠାକୁର ଯେଉଁ ସ୍ୱଏଟର ପିନ୍ଧିଛନ୍ତି ସେଥିରେ ଲେଖାଯାଇଛି ‘ନମୋ ଏଗେନ୍‌’ ଅର୍ଥାତ ପୁଣି ଥରେ ନରେନ୍ଦ୍ର ମୋଦି।

ଠାକୁରଙ୍କ ଏପରି ପୋଷାକ ଦେଖିବା ପରେ  ଖୁସି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଅନୁରାଗ ଠାକୁରଙ୍କର ସେହି ପୋଷାକ ପିନ୍ଧିବା ବେଳର ଏକ ଫଟୋ ଟୁଇଟର୍‌ରେ ସେୟାର କରି ଲେଖିଛନ୍ତି ‘ଭଲ ଦିଶୁଛ’। ସେ ଏପରି ଲେଖି ବିଜେପି ନେତା ଠାକୁରଙ୍କୁ ଟ୍ୟାଗ କରିଛନ୍ତି।

ସମ୍ବନ୍ଧିତ ଖବର