ବିଜେପି ପଦାଧିକାରୀ ବୈଠକରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବିଜେପି ଜାତୀୟ ପଦାଧିକାରୀ ବୈଠକରେ ଦଳର ରାଜ୍ୟ ସଭାପତି ବସନ୍ତକୁମାର ପଣ୍ଡାଙ୍କ ସହିତ ୪ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ଅନ୍ୟମାନେ ହେଲେ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ବିଜେପିର ଜାତୀୟ ସମ୍ପାଦକ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଂଗଠନ ସଂଗଠନ ସମ୍ପାଦକ ମାନସ ମହାନ୍ତି ଓ ସହ ସମ୍ପାଦକ ଅମିତାଭ ଚକ୍ରବର୍ତ୍ତୀ।

ଚଳିତ ମାସ ୨୬ ତାରିଖରେ କେନ୍ଦ୍ରରେ ମୋଦି ସରକାରଙ୍କ ୪ ବର୍ଷ ପୂରିବାକୁ ଯାଉଥିବା ବେଳେ ଏହି ଅବସରରେ ବିଭିନ୍ନ ଯୋଜନା ଗୁଡ଼ିକର ସମୀକ୍ଷା କରିବା ପାଇଁ ଆଜି ଏଠାରେ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧିତ ଖବର