କର୍ଣ୍ଣାଟକରେ ବିଜେପିର ବିଜୟ ରହସ୍ୟ : ୩୪ ଦିନରେ ୫୭,୦୦୦ କିଲୋମିଟର ଯାତ୍ରା

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର କର୍ମୀଙ୍କୁ କଠିନ ପରିଶ୍ରମ ଏବଂ ସମପର୍ଣର ବିଷୟରେ କହିବାକୁ ଯାଇ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉଦାହରଣ ଦେଇଥିଲେ । ସେହି ସମୟରେ ଅମିତା ଶାହା କର୍ଣ୍ଣାଟକ ନିର୍ବାଚନକୁ ଭାଜପା ପକ୍ଷରେ ଆଣିବା ପାଇଁ ଦିନ-ରାତି ଚେଷ୍ଟା ଚଳାଇଥିଲେ । ଶାହା କର୍ଣ୍ଣାଟକ ନିର୍ବାଚନ ପାଇଁ ରାଜ୍ୟରେ ୩୪ ଦିନ ବିତାଇବା ସହ ୨୮ଟି ଜିଲ୍ଲାରେ ସମୁଦାୟ ୫୭,୧୩୫ କିଲୋମିଟର ଯାତ୍ରା କରିଛନ୍ତି ।

India Today

ଭାଜପା ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନର ଦୁଇ ମାସ ପୂର୍ବରୁ ଏହାର ସମସ୍ତ ପ୍ରସ୍ତୁତି ଶେଷ କରିଦେଇଥିଲେ । ସେ ଦଳୀୟ କର୍ମୀଙ୍କୁ ନେଇ ଏକ ନେଟଓ୍ଵର୍କ ପ୍ରସ୍ତୁତ କରିଥିଲେ । ସେ ନିର୍ବାଚନ ପ୍ରଚାର ସମୟରେ କେବଳ ପ୍ରଚାର ଉପରେ ହିଁ ଧ୍ୟାନ ଦେଇଥିଲେ । ସେ ପାଖାପାଖି ୫୯ଟି ଜନସଭା ଏବଂ ୨୫ରୁ ଅଧିକ ରୋଡ଼ ସୋ’ କରିଥିଲେ । ଅମିତ ଶାହାଙ୍କ ପାଇଁ ଦଳୀୟ ନେତାମାନେ ଉପନିର୍ବାଚନରେ ପରାଜୟକୁ ଭୁଲିଯାଇଥିଲେ । ନିର୍ବାଚନ ପୂର୍ବରୁ ହିଁ ଶାହା କେଉଁ ବିଧାନସଭା କ୍ଷେତ୍ରରେ କିଏ ପ୍ରାର୍ଥୀ ହେବେ ତାହାର ତାଲିକା ପ୍ରସ୍ତୁତି କରିଦେଇଥିଲେ । ଶାହାଙ୍କ ନଜର ବୁଥସ୍ତରୀୟ କାର୍ମୀଙ୍କ ଉପରେ ମଧ୍ୟ ରହିଥିଲା । ସେ ପାର୍ଟିର କର୍ମୀଙ୍କୁ ଭୋଟରମାନଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ବ୍ୟବସ୍ଥା ଯୋଗାଇ ଦେଇଥିଲେ । ଏଥିପାଇଁ ଶାହା ବୁଥସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ବୈଠକ ପର୍ଯ୍ୟନ୍ତ ସବୁଥିରେ ଭାଗ ନେଇଥିଲେ ।
ଭୋଟରମାନଙ୍କୁ ନିଜ ସପକ୍ଷରେ କରିବା ପାଇଁ ଶାହା ଅନେକ ଦୂର ଯାତ୍ରା କରିଛନ୍ତି । ସବୁ ସ୍ତରର ବ୍ୟକ୍ତିଙ୍କ ସମର୍ଥନ ପାଇବା ପାଇଁ ଲଗାତାର ର‍୍ୟାଲି କରିଥିଲେ । ଶାହା ସଂପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ପ୍ରଚାରର କାର୍ଯ୍ୟ ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ହିଁ ଆରମ୍ଭ କରିଦେଇଥିଲେ ।

ସମ୍ବନ୍ଧିତ ଖବର