ଆଜି ସବୁ ପୌରପାଳିକାରେ ଲଟ୍‌କା ଜାରି କରିବ ବିଜେପି

ଭୁବନେଶ୍ୱର : ସହରାଞ୍ଚଳରେ ରହୁଥିବା ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହେଉ ନ ଥିବା ଅଭିଯୋଗରେ ରାଜ୍ୟର ସମସ୍ତ ପୌରପାଳିକାରେ ଆସନ୍ତାକାଲି ବିଜେପି ପକ୍ଷରୁ ଲଟ୍‌କା ଜାରି କରାଯିବ। ୧୧୩ ଏନ୍‌ଏସି ଓ ମ୍ୟୁନିସିପାଲ୍‌ଟି ଏବଂ ୫ ମହାନଗର ନିଗମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲଟ୍‌କା ଜାରି ହେବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରୁ ବିଜେପି ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିବ ବୋଲି ଚର୍ଚ୍ଚା ଚାଲିଛି। ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟରେ ସହରବାସୀଙ୍କୁ ଏ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ବିଫଳ ହୋଇଥିବାରୁ ଦଳ ଆନ୍ଦୋଳନକୁ ଓହ୍ଲାଇବ।

ସମ୍ବନ୍ଧିତ ଖବର