କର୍ଣ୍ଣାଟକ ନିର୍ବାଚନ: ୨ୟ ପର୍ଯ୍ୟାୟରେ ବିଜେପିର ୮୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦଳର ଦ୍ୱିତୀୟ ପ୍ରାର୍ଥୀ ତାଲିକା ସୋମବାର ଜାରି କରିଛି। ଏହି ତାଲିକାରେ ୮୨ଜଣଙ୍କର ନାମ ଘୋଷଣା କରାଯାଇଛି। ପୂର୍ବରୁ ବିଜେପି ଏପ୍ରିଲ ୯ରେ ପ୍ରଥମ ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଥିଲା। ଏଥିରେ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀ ପଦର ଆଶାୟୀ ପ୍ରାର୍ଥୀ ୟେଦିୟୁରପ୍ପାଙ୍କୁ ଶିକାରୀପୁରାରୁ ଟିକେଟ ଦିଆଯାଇଥିଲା। କଂଗ୍ରେସ ରବିବାର ୨୧୮ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା।

କର୍ଣ୍ଣାଟକ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ରବିବାର ନୂଆଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପାର୍ଟିର ମୁଖ୍ୟ ନିର୍ବାଚନ କମଟିର ବୈଠକ ହୋଇଥିଲା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ପାର୍ଟି ଅଧ୍ୟକ୍ଷ ଅମିତ ଶାହ, କର୍ଣ୍ଣାଟକ ବିଜେପି ସଭାପତି ୟେଦିୟୁରପ୍ପା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ସୁଷମା ସ୍ୱରାଜ, ପ୍ରକାଶ ଜାଭେଡକର, ପୀୟୁଷ ଗୋୟଲ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ବିଜେପି ପକ୍ଷରୁ ଜାରି ହୋଇଥିବା ତାଲିକାରେ ବିଜୟ ନଗରରୁ ସି.ଏଚ୍‌. ରବୀନ୍ଦ୍ର, ଶାନ୍ତି ନଗରରୁ ବାସୁଦେବ ମୂର୍ତ୍ତି, କେଆର ପୁରାରୁ ନନ୍ଦିଶ ରେଡ୍ଡି, ସିରାରୁ ବିକେ ମଞ୍ଜୁନାଥ, ସାଗରରୁ ହରତାଲୁ ହଲପ୍ପା, ବେଲ୍ଲାରୀ ଆସନରୁ ଜୀ. ସୋମଶେଖରା ରେଡ୍ଡିଙ୍କୁ ଟିକେଟ୍‌ ମିଳିଛି।

ସମ୍ବନ୍ଧିତ ଖବର