ବିଜେଡିକୁ ଧନ୍ୟବାଦ ଦେଲା ବିଜେପି, ନୂଆ ସମୀକରଣ ନେଇ କଳ୍ପନା-ଜଳ୍ପନା

ନୂଆଦିଲ୍ଲୀ : ଏନଆରସି ପ୍ରସଙ୍ଗରେ ବିଜେଡି ସମର୍ଥନ କରିଥିବା ଓ ଏଥିପାଇଁ ବିଜେପି ପକ୍ଷରୁ  ଧନ୍ୟବାଦ ଦେବାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଗତକାଲି ରାଜ୍ୟସଭାରେ ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ବାଂଲାଦେଶୀ ଅନୁପ୍ରବେଶ ସହ ରାଷ୍ଟ୍ରର ସୁରକ୍ଷା ପ୍ରଶ୍ନ ନିହିତ ଅଛି । ଏହା ଏକ ସଂବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଣୁ ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ସଂସଦରେ ଏହି ପ୍ରସଙ୍ଗକୁ ନେଇ ଏକୁଟିଆ ହୋଇଯାଇଥିବା ବିଜେପିକୁ ବିଜେଡିର ଏହି ଆଭିମୁଖ୍ୟ ବେଶ ସୁହାଇଥିଲା । ଏଣୁ ବିଜେପି ପକ୍ଷରୁ ଏଥିପାଇଁ ଧନ୍ୟବାଦ ଦିଆଯାଇଥିଲା ।

 

ଏ ସଂପର୍କରେ ଟ୍ଵିଟ୍‌ କରି ବିଜେପି ପକ୍ଷରୁ କୁହାଯାଇଛି ଯେ  “ବିଜେପି ଓ ବିଜେ଼ଡ଼ି ଛଡା ଆଉ କେହି ଉଚିତ ମଣିଲେନାହିଁ ଯେ ଆମ ଦେଶରେ ଅନୁପ୍ରବେଶକାରୀଙ୍କ କୌଣସି ସ୍ଥାନ ନାହିଁ ବୋଲି । ଆମ ନାଗରିକଙ୍କ ମାନବଅଧିକାରର ସୁରକ୍ଷା ପାଇଁ ଏନଆରସି ପ୍ରସ୍ତୁତ କରାଯାଇଛି । ଆମ ଦେଶର ସମ୍ବଳର ଉପଭୋଗ ଅନୁପ୍ରବେଶକାରୀମାନେ କରିବା ଆମ ଲୋକଙ୍କ ପାଇଁ ବିଶ୍ୱାସଘାତକତା ।”

 

ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଏ ନେଇ ବିଜେଡିକୁ ଧନ୍ୟବାଦ ଦିଆଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପିକୁ ବିଜେଡିର ସମର୍ଥନ ଆଗକୁ ଏକ ନୂଆ ସମୀକରଣ ସଂପର୍କରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

 

ସମ୍ବନ୍ଧିତ ଖବର