ବାରଣାସୀ ନା ପୁରୀରୁ ? ଆସନ୍ତାକାଲି ସ୍ପଷ୍ଟ ହେବ କେଉଁଠୁ ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ଏକ ମାସ ବି ନାହିଁ।  ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ପ୍ରାର୍ଥୀମାନଙ୍କର ତାଲିକା ଘୋଷଣା କରିବା  ଆରମ୍ଭ କରିଦେଲେଣି । ତେବେ ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ମଧ୍ୟ ଆସନ୍ତାକାଲି ନିଜ ପ୍ରାର୍ଥୀମାନଙ୍କର ତାଲିକା ଘୋଷଣା କରିପାରେ ବୋଲି ଖବର ଆସିଛି । ଭାରତୀୟ ଜନତା ପାର୍ଟି ନିଜର ପ୍ରଥମ ତାଲିକାରେ ହିଁ ପ୍ରଧାମନ୍ତ୍ରୀ ମୋଦିଙ୍କ ସଂସଦୀୟ ଆସନର ଘୋଷଣା କରିପାରେ । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରୁ ନିର୍ବାଚନ ଲଢିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ।

ଆସନ୍ତାକାଲି ସଂଧ୍ୟାରେ ଭାରତୀୟ ଜନତା ପାର୍ଟିର ବଡ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇପାରନ୍ତି । ଆଶା କରାଯାଉଛି କି, ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ହିଁ ୧୦୦ ପ୍ରାର୍ଥୀଙ୍କର ତାଲିକା ଜାରି କରିପାରେ । କୁହାଯାଉଛି କି, ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ  ନିତିନ ଗଡକରୀ, ମନ୍ତ୍ରୀ ସଦାନନ୍ଦ ଗୌଡା, ମନ୍ତ୍ରୀ ରାଧାମୋହନ ସିଂହଙ୍କର ଆସନ ଘୋଷଣା ହୋଇପାରେ ।

oneindia.com

ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବାରଣାସୀରୁ ସାଂସଦ ଅଛନ୍ତି, ଗତ କିଛି ଦିନ ହେଲା ଏଭଳି ଚର୍ଚ୍ଚା ହେଉଥିଲା କି ମୋଦି ପୁରୀରୁ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବି ନିର୍ବାଚନ ଲଢିପାରନ୍ତି । ତେବେ ଏ ନେଇ ସେଭଳି କୌଣସି ସ୍ପଷ୍ଟ ବୟାନ ମିଳିପାରିନାହିଁ । ମାତ୍ର ୨୦୧୪ରେ ପ୍ରଧାନମନ୍ତ୍ରୀ ବାରଣାସୀ ବ୍ୟତୀତ ଗୁଜୁରାଟର ବଡୋଦରାରୁ ବି ନିର୍ବାଚନ ଲଢିଥିଲେ ଏବଂ ଉଭୟ ଯାକ ଆସନରୁ ସେ ବିଜୟ ଲାଭ  କରିଥିଲେ। ପରବର୍ତ୍ତୀ ସମୟରେ ସେ ବଡୋଦରା ଆସନ ଛାଡି ଦେଇଥିଲେ ।

ଏପ୍ରିଲ ୧୧ରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋଟ୍ ୯୧ଟି ଆସନରେ ନିର୍ବାଚନ ହେବ । ଏହି ପର୍ଯ୍ୟାୟ ପାଇଁ ବିଜେପି ନିଜର ଆଶାୟୀ ପ୍ରାର୍ଥୀଙ୍କର ନାଁ ଘୋଷଣା କରିବା ବାକି ରହିଛି । ତେବେ ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ବି ୮ଟି ଆସନ ରହିଛି । ଯେଉଁଥି ପାଇଁ ଉଭୟ ସାମଜବାଦୀ ପାର୍ଟି ଏବଂ କଂଗ୍ରେସ ଏଯାବତ୍ ନିଜର ଅନେକ ଆଶାୟୀପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲେଣି ।

ସମ୍ବନ୍ଧିତ ଖବର