ରାହୁଲଙ୍କୁ ପ୍ରଶ୍ନ କଲେ ରବି ଶଙ୍କର: ୫୫ ଲକ୍ଷର ସମ୍ପତି କିପରି ୯ କୋଟିରେ ପହଞ୍ଚିଲା ବିଜେପି ଜାଣିବାକୁ ଚାହୁଁଛି

ନୂଆଦିଲ୍ଳୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଆକ୍ରମଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ସେ କହିଛନ୍ତି କି ବିଜେପି ଜାଣିବାକୁ ଚାହିଁକ ଯେ କିପରି ଭାବେ ରାହୁଲଙ୍କ ସମ୍ପତି ୫୫ ଲକ୍ଷରୁ ଯାଉ ୯ କୋଟରେ ପହଞ୍ଚିଗଲା। ଦଳ ତାଙ୍କ ରୋଜଗାର ଓ ସମ୍ପତି ବିଷୟରେ ଜାଣିବାକୁ ଚାହେଁ ବୋଲି ସେ କହିଛନ୍ତି। ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ବିଜେପିର ବରିଷ୍ଠ ନେତାମାନଙ୍କୁ ୧୮୦୦ କୋଟି ଟଙ୍କା ଦେଇଥିବା ଦାବି କରି ରାହୁଲ ଗାନ୍ଧୀ ପ୍ରଶ୍ନ ପଚାରିବା ପରେ ରବି ଶଙ୍କର ରାହୁଲଙ୍କ ଉପରେ ଏହିପରି ଭାବେ ପାଲଟା ଆକ୍ରମଣ କରିଛନ୍ତି।

ପ୍ରକାଶ ପାଇଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିିଳିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏଲ୍‌କେ ଆଡଭାନି, ଅରୁଣ ଜେଟ୍‌ଲୀ, ନୀତିନ ଗଡକରି, ଓ ରାଜନାଥ ସିଂହଙ୍କ ପରି ବିଜେପିର ଶୀର୍ଷ ସ୍ତରୀୟ ନେତାମାନଙ୍କୁ ୟେଦୁରପ୍ପା ୧,୮୦୦ କୋଟି ଟଙ୍କା ପ୍ରଦାନ କରିଥିଲେ। ହସ୍ତଗତ ହୋଇଥିବା ୟେଦୁରପ୍ପାଙ୍କ ଏକ ଡାଏରିରେ ଏହି ହିସାବ ମିଳିଛି ବୋଲି ଦାବି ହୋଇଥିଲା। ଗଣମାଧ୍ୟମର ଏହି ରିପୋର୍ଟକୁ ଭିତ୍ତିକରି କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥିଲା।

ସମ୍ବନ୍ଧିତ ଖବର