ଗୁଜରାଟରେ ବିଜେପି ସଙ୍ଘର୍ଷ କରୁଛି, ମୋଦିଙ୍କ ଲୋକପ୍ରିୟତା କମିଛି: ଶିବସେନା

ଲୋକ ରାହୁଲ ଗାନ୍ଧିଙ୍କ ଭାଷଣକୁ ମନ ଦେଇ ଶୁଣୁଛନ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଶିବସେନା ସାଂସଦ ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କୁ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି। ସଞ୍ଜୟ ରାଉତଙ୍କ କହିବାର ତାପର୍ଯ୍ୟ ଯେ, ୩ ବର୍ଷ ପୂର୍ବରୁ ଗୁଜରାଟରେ ମୋଦିଙ୍କ ଯେମିତି ଲୋକପ୍ରିୟତା ଥିଲା, ତାହା ଏବେ ନାହିଁ। ୩ ବର୍ଷ ପୂର୍ବେ ଲୋକଙ୍କ ମନରେ ବିଶ୍ୱାସ ଥିଲା ଯେ କିଛି ପରିବର୍ତ୍ତନ ଆସିବ। ଏହି କାରଣରୁ ଲୋକେ ବିଜେପିକୁ ଭୋଟ ଦେଇଥିଲେ। ସଞ୍ଜୟ ରାଉତ ଜାତୀୟ ଗଣମାଧ୍ୟମକୁ ଶୁକ୍ରବାର କହିଛନ୍ତି, ବିଜେପିର ଆଉ ପୂର୍ବ ଭଳି ସ୍ଥିତି ନାହିଁ। ୨୦୧୪ରେ ଯେଉଁ ବାତାବରଣ ଥିଲା, ଏବେ ଆଉ ତାହା ନାହିଁ। ବିଜେପିକୁ ଏଣିକି ପରିଶ୍ରମ କରିବାକୁ ପଡ଼ିବ। ନିର୍ବାଚନରେ ବିଜୟୀ ହେବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ ବୋଲି ରାଉତ କହିଛନ୍ତି।

ଶିବସେନା ନେତା କହିଛନ୍ତି, ଆମେ ଦେଖୁଛେ, ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ଗୃହ ରାଜ୍ୟ ହୋଇଥିଲେ ମଧ୍ୟ ଗୁଜରାଟରେ ବିଜେପିକୁ ବହୁତ ପରିଶ୍ରମ କରିବାକୁ ପଡୁଛି। କିନ୍ତୁ ଆମେ ଚାହୁଁଛେ ଯେ, ବିଜେପି ଗୁଜରାଟରେ ନିର୍ବାଚନ ବିଜୟୀ ହେଉ।

୨୦୧୪ରେ ଯେଉଁ ବାତାବରଣ ଥିଲା, ଏବେ ଆଉ ତାହା ନାହିଁ। ବିଜେପିକୁ ଏଣିକି ପରିଶ୍ରମ କରିବାକୁ ପଡ଼ିବ। ନିର୍ବାଚନରେ ବିଜୟୀ ହେବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ ବୋଲି ରାଉତ କହିଛନ୍ତି। ୨୦୧୯ ନିର୍ବାଚନରେ ବିଜୟୀ ହେବ ବିଜେପି ପାଇଁ ସହଜ ହେବ ନାହିଁ। ସଙ୍ଘର୍ଷ ଓ ପରିଶ୍ରମ କରିବାକୁ ପଡ଼ିବ ବୋଲି ରାଉତ କହିଛନ୍ତି।

ଶିବସେନା ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି, ଶିବସେନା ଯାହା ମନରେ ଚିନ୍ତା କରେ, ତାହା କହିଦିଏ। ଆମେ ମନରେ କିଛି ବି ଲୁଚାଇ ରଖିବାକୁ ପସନ୍ଦ କରୁନାହୁଁ। କିଛି ଲୋକ ରାଜନୀତିରେ ଏମିତି ଦେଖାଯାଆନ୍ତି, ଯେଉଁମାନେ କି ମନରେ ଅନେକ କଥା ଲୁଚାଇ ରଖି ଥାଆନ୍ତି। ଲୋକ ଓ ଦେଶ ଯାହା ଭାବିଥାଏ, ତାହାକୁ ଆଧାର କରି ଆମେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିଥାଉ।

ମୋଦିଙ୍କ ଲୋକପ୍ରିୟତା ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି, ଗୁଜରାଟରେ ନରେନ୍ଦ୍ର ମୋଦିଙ୍କ ସ୍ଥିତି ପୂର୍ବଭଳି ଆଉ ନାହିଁ। ଲୋକମାନେ ମୋଦିଙ୍କୁ ନେଇ ଯାହା ଭାବିଥିଲେ, ତାହା ଆଉ ରହି ନାହିଁ। ଲୋକଙ୍କର ମନରେ ପରିବର୍ତ୍ତନ ଆସିଛି ବୋଲି ରାଉତ କହିଛନ୍ତି।

ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଶିବସେନା ସାଂସଦ କହିଛନ୍ତି, ରାହୁଲକୁ ଲୋକଙ୍କ ମନରେ ଧାରଣା ବଦଳିଛି। ଲୋକମାନେ ରାହୁଲଙ୍କୁ ଗମ୍ଭୀରତାର ସହିତ ନେଉଛନ୍ତି। ରାହୁଲଙ୍କ ଭାଷଣକୁ ମନ ଦେଇ ଶୁଣୁଛନ୍ତି। ଏହି କାରଣରୁ ଗୁଜରାଟରେ ବିଜେପିକୁ ସଙ୍ଘର୍ଷ କରିବାକୁ ପଡୁଛି। ୨୦୧୯ ନିର୍ବାଚନରେ ବିଜୟୀ ହେବ ବିଜେପି ପାଇଁ ସହଜ ହେବ ନାହିଁ। ସଙ୍ଘର୍ଷ ଓ ପରିଶ୍ରମ କରିବାକୁ ପଡ଼ିବ ବୋଲି ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର