‘ଛତୁ କେକ୍‌’ ଖୁଆଇ ଗୁଜରାଟ ବିଜୟ ଅଭିଯାନ ପାଳୁଛନ୍ତି ଦିଲ୍ଲୀ ‘ବିଜେପି’ ମୁଖପାତ୍ର

ନୂଆଦିଲ୍ଲୀ: ଗୁଜରାଟରେ ବିଜେପିର ବିଜୟ ଅଭିଯାନ ଆଗେଇ ଚାଲିଥିବାବେଳେ ଦଳର ଦିଲ୍ଲୀ ଶାଖା ମୁଖପାତ୍ର ତାଜିନ୍ଦର ସିଂହ ବାଗ୍‌ଗା କଂଗ୍ରେସ ନେତା ଅଲପେଶ୍ ଠାକୁରଙ୍କୁ ଉପହାସ କରି ବିଜୟ ଉତ୍ସବ ପାଳନ ଆରମ୍ଭ କରିଛନ୍ତି।

ଗୁଜରାଟରେ ଦଳର ବିଜୟରେ ଆତ୍ମହରା ହୋଇ ତାଜିନ୍ଦର ‘ଛତୁ କେକ୍‌’ କାଟି ସମସ୍ତଙ୍କୁ ଖୁଆଉଛନ୍ତି।

ନିକଟରେ ଏକ ପ୍ରଚାର ଅଭିଯାନରେ ଓବିସି ନେତା ଅଲପେଶ ଠାକୁର କହିଥିଲେ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋରା ହେବା ପାଇଁ ମହଙ୍ଗା ଛତୁ ଖାଉଛନ୍ତି। ସେ ଛତୁ ଗୋଟିକର ମୂଲ୍ୟ ୮୦ ହଜାର ଟଙ୍କା।

ସେହି ମର୍ମରେ ଛତୁ ଚିତ୍ର ଲଗା ଯାଇଥିବା କେକ୍‌ କାଟି ବଣ୍ଟନ କରିଛନ୍ତି ବିଜେପିର ମୁଖପାତ୍ର।

ସମ୍ବନ୍ଧିତ ଖବର