ବେଙ୍ଗାଲୁର: ଭାଜପାକୁ ଝଟକା, ନିର୍ବାଚନର ଦୁଇ ଦିନ ପୂର୍ବରୁ ନିର୍ବାଚନ ନ ଲଢ଼ିବାକୁ ଭାଜପା ପ୍ରାର୍ଥୀଙ୍କ ନିଷ୍ପତ୍ତି!

ବେଙ୍ଗାଲୁର: କର୍ଣ୍ଣାଟକ ଉପ ନିର୍ବାଚନ ପାଇଁ ମାତ୍ର ଦୁଇ ଦିନ ବାକି ଥିବା ବେଳେ ଆଜି କର୍ଣ୍ଣାଟକର ବିରୋଧୀ ଦଳ ଭାଜପା ପାଇଁ ବଡ଼ ଝଟକା ମିଳିଛି। ରାମନଗର ଉପ ନିର୍ବାଚନ ପାଇଁ ମାତ୍ର ୨ ସପ୍ତାହ ତଳେ ଯୋଗ ଦେଇ ବିଜେପିର ପ୍ରାର୍ଥୀ ହୋଇଥିବା ଏଲ ଚନ୍ଦ୍ରଶେଖର ନିର୍ବାଚନରୁ ଓହରି ଯିବା ସହିତ ସେ ଜେଡିଏସ-କଂଗ୍ରେସର ମିଳିତ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପତ୍ନୀ ଅନୀତା କୁମାରସ୍ୱାମୀଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିବା କୁହାଯାଉଛି। ଏହି ଚର୍ଚ୍ଚାକୁ ନେଇ କର୍ଣ୍ଣାଟକ ରାଜନୀତି ସହିତ ଦେଶ ରାଜନୀତିରେ ମଧ୍ୟ ରାଜନୈତିକ ବିଶ୍ୱସନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କଂଗ୍ରେସ ଦଳ ପକ୍ଷରୁ କରାଯାଉଥିବା ପ୍ରଚାର ଅନୁଯାୟୀ, , କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ ଦୁଇଟି ଆସନରୁ ବିଜୟୀ ହୋଇଥିଲେ। ତେଣୁ ସେ ରାମନଗର ଆସନରୁ ଇସ୍ତଫା ଦେଇଥିଲେ, ଯେଉଁଥିପାଇଁ ଉପନିର୍ବାଚନ ହେବାକୁ ଯାଉଛି।। ରୋମନଗର ବିଧାନସଭା ଅଞ୍ଚଳରେ ଗତ ୪୦ ବର୍ଷ ହେବ କଂଗ୍ରେସ- ଜେଡିଏଓ ମଧ୍ୟରେ ଟକ୍କର ହୋଇ ଆସୁଛି। ଏପରିକି ଏହି ରାଜନୈତିକ କାରଣରୁ ଗାଁ ଗାଁ ମଧ୍ୟରେ ସମ୍ପର୍କ ମଧ୍ୟ ନାହିଁ। ତେବେ ରାଜ୍ୟରେ ଜେଡିଏସ ଓ କଂଗ୍ରେସ ଦଳ ମେଣ୍ଟ ହୋଇ କୁମାର ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ନିର୍ବାଚନ ମଣ୍ଡଳି ପ୍ରଥମ ଥର ପାଇଁ ଗତ ୪ ଦଶନ୍ଧୀ ମଧ୍ୟରେ ପ୍ରଥମ ଥର ପାଇଁ ବିନା ଜେଡିଏସ- କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ- ଜେଡିଏସର ମିଳିତ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପତ୍ନୀ ଅନିତା କୁମାରସ୍ୱାମୀ ପ୍ରାର୍ଥୀ ହୋଇଛନ୍ତି। ତେବେ ଏଠାରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଏଲ ଚନ୍ଦ୍ରଶେଖର। କଂଗ୍ରେସ ବିଧାନ ପରିଷଦ ସଦସ୍ୟ ସିଏମ୍‌ ଲିଙ୍ଗପ୍ପାଙ୍କ ପୁଅ ଚନ୍ଦ୍ରଶେଖର ମାତ୍ର ୨ ସପ୍ତାହ ତଳେ ବିଜେପିରେ ଯୋଗ ଦେଇଥିଲେ ଓ ରାମନଗର ବିଧାନସଭା ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ତେବେ ବିଜେପି ପକ୍ଷରୁ ତାଙ୍କୁ ପ୍ରଚାର ପାଇଁ ଯେପରି ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇ ଥିଲା, ତାହା ନ ମିଳିବାରୁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁଁ। ବରଂ ସେ ଅନୀତା କୁମାରସ୍ୱାମୀଙ୍କ ସମର୍ଥନ କରିବେ ବୋଲି କହିଥିବା କଂଗ୍ରେସ ଦଳ ପାଇଁ ରାମନଗର ନିର୍ବାଚନ ପରିଚାଳନା କରୁଥିବା କଂଗ୍ରେସ ସାଂସଦ କହିଛନ୍ତି।

ସମ୍ବନ୍ଧିତ ଖବର