ତଥାପି ଘୋଷଣା ହେଲାନି ବିଜେପୁର ତାରିଖ

୩ ଲୋକସଭା, ୨ ବିଧାନସଭା ଉପନିର୍ବାଚନ ଜାନୁଆରି ୨୯ରେ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜାନୁଆରି ୨୯ ତାରିଖରେ ଦୁଇଟି ରାଜ୍ୟର ୩ଟି ଲୋକସଭା ଓ ୨ଟି ବିଧାନସଭା ଆସନା ପାଇଁ ଉପନିର୍ବାଚନ ହେବ। ଏନେଇ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ରାଜସ୍ଥାନର ଆଲଓ୍ଵାର, ଆଜ୍‌ମେର ଏବଂ ପଶ୍ଚିମବଙ୍ଗର ଉଲୁବେରିଆରେ ଲୋକସଭା ଆସନା ସମେତ ରାଜସ୍ଥାନର ମଣ୍ଡଳଗଡ଼ ଓ ପଶ୍ଚିମବଙ୍ଗର ନାଉପାରା ବିଧାନସଭା ଆସନ ପାଇଁ ସେହିଦିନ ଉପନିର୍ବାଚନ ହେବ। ଅପରପକ୍ଷେ, ଅନ୍ୟ ରାଜ୍ୟର ଉପନିର୍ବାଚନ ସହିତ ଓଡ଼ିଶାର ବିଜେପୁର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ନିର୍ବାଚନ କମିଶନ ସେ ନେଇ କିଛି ଘୋଷଣା କଲେ ନାହିଁ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୧ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ଆସନ ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର