ସରିଲା ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆଜି ଶେଷ ହୋଇଛି। ମୋଟ୍‌ ୪ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗତ ୯ ତାରିଖରେ ବିଜେଡିର ତିନି ଜଣ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ଶେଷ ଦିବସରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସାମାଜିକ କର୍ମୀ ସୁବାସ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ତାଙ୍କର କେହି ପ୍ରସ୍ତାବକ ନାହାନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ୍‌ ହେବ। ଯାଞ୍ଚ୍‌ ପରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍‌ ରହିବ। ୧୫ ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ ହୋଇଛି। ସେହିଦିନ ହିଁ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିପାରନ୍ତି। ବିଜେଡିର ତିନି ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୨ ତାରିଖରେ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲିପ ତିର୍କୀ ଓ ଏ.ଭି ସ୍ୱାମୀ (ସ୍ୱାଧୀନ)ଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଖାଲି ପଡ଼ୁଥିବା ଏହି ତିନିଟି ଆସନ ପାଇଁ ଏବେ ନିର୍ବାଚନ ପ୍ରକ୍ରିୟା ଚାଲିଛି।

ସମ୍ବନ୍ଧିତ ଖବର