ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଅଭିଯୋଗ ପରେ ହେଉନି କାର୍ଯ୍ୟାନୁଷ୍ଠାନ: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଛି। ଭାରତୀୟ ଜନତା ପାର୍ଟି ଚାପରେ କାଳିଆ ଯୋଜନା ଟଙ୍କା ଅଟକାଯାଉଛି ବୋଲି ବିଜେଡି ଅଭିଯୋଗ ଆଣିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ନିର୍ବାଚନ ଅଧିକାରୀ ପକ୍ଷଭୁକ୍ତ ହୋଇ ଭାରତୀୟ ଜନତା ପାର୍ଟିର ଚାପରେ ବସିଭୁତ ହୋଇ କାଳିଆ ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କାକୁ ଅଟକାଇ ଦେଇଛନ୍ତି । ଯେଉଁଠି ପିଏମ୍ କିଷାନ ଯୋଜନାକୁ ସିଇଓ ଅନୁମୋଦନ ଦେଉଛନ୍ତି । ତାର ଅର୍ଥ ରାଶି ଲୋକଙ୍କ ପାଖକୁ ଯାଉଛି ତେବେ କାଳିଆ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କର ହୀତକୁ କାହିଁକି ମାରି ଦିଆଯାଉଛି ବୋଲି ପ୍ରଶ୍ନ କରିଛି ବିଜେଡି ।  ସମ୍ବାଦିକ ସମ୍ମିଳନୀରେ ଏକ ଜାଲ୍ ଗୁଇନ୍ଦା ରିପୋର୍ଟ ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା ବିଜେପି । ଏନେଇ ବାରମ୍ବାର ବିଜେଡି ସିଇଓର ଦ୍ୱାରସ୍ଥ ହେବା ସତ୍ୱେ ବି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ନାହିଁ ବୋଲି ପ୍ରଶ୍ନ କରିଛି ଦଳ ।

ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି ମାଧ୍ୟମରେ ନିର୍ବାଚନୀ ଟଙ୍କା ବଂଟାଯାଉଛି। ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଏଜେନ୍ସି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ରାଜନୈତିକ ଅଭିସନ୍ଧି ରଖି ବ୍ୟବହାର କରୁଛନ୍ତି । କିନ୍ତୁ ବଡ ଦୁଃଖର କଥା କି ଏଯାବତ୍ ସିଇଓ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବିଜେପି ଚାପରେ ସିଇଓ ଏତେମାତ୍ରାରେ ରହିଛନ୍ତି ଯେ ତାଙ୍କ ଆଖି ଆଗରେ ଏଭଳି କାର୍ଯ୍ୟ ହେଉଥିବା ସତ୍ୱେ ବି ସେ ଏଥିରେ ମୁହଁ ଖୋଲୁନାହାଁନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ବିଭିନ୍ନ ଜାଗାରେ ସମସ୍ତ ପିଏସୟୁର ଅଫିସରେ, ବିଭିନ୍ନ ତେଲ ଟାଙ୍କିରେ ଆଜି ବି ବ୍ୟାନର, ପୋଷ୍ଟର ଏବଂ ହୋଡିଂ ଲାଗିଛି । ଏନେଇ ବିଜେଡି ନିର୍ବାଚନ ଆୟୋଗର ଦ୍ୱାରସ୍ଥ ବାରମ୍ବାର ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ସେହିପରି ବିଭିନ୍ନ ଜାଗାରୁ ଗାଡିରୁ ପେଟ୍ରୋଲ ପମ୍ପରୁ ପୁଳା ପୁଳା ଟଙ୍କା ଜବତ କରାଯାଉଛି । ଏପରିକି ଏଥିରେ ସଂପୃକ୍ତ ଥିବା ରାଜନୈତିକ ଦଳ ବା ପ୍ରାର୍ଥୀଙ୍କୁ ବି ଘଟଣାସ୍ଥଳରେ ଦେଖିବାକୁ ମିଳୁଛି ହେଲେ ବଡ ଦୁର୍ଭାଗ୍ୟର କଥା ହେଲା କି ସବୁ ଜାଣିବା ପରେ ବି ସିଇଓ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି ବିଜେଡିର ଅଭିଯୋଗ ରହିଛି ।

ଆଦର୍ଶ ଆଚରଣ ବିଧି ଲାଗୁ ହେବା ସେଭଳି କୌଣସି ସେଭଳି କୌଣସି ସରକାରୀ କାର୍ଯ୍ୟ କରାଯିବ ନାହିଁ କି ନୂଆ ହିତାଧୀକାରୀ ଚୟନ କରାଯିବ ନାହିଁ । ହେଲେ ବିଜେପିଠାରେ ଏହାର ବ୍ୟତିକ୍ରମ ବାରମ୍ବାର ଦେଖିବାକୁ ମିଳୁଛି । ଏପରିକି ଆଚରଣ ବିଧି ଲାଗୁ ହେବା ସତ୍ୱେ ବି ବିଜେପି ତାର ଦଳିୟ ଚିହ୍ନ ସହ ନେତାଙ୍କ ଫଟୋ ଲଗାଉଥିବା ଅଭିଯୋଗ କରିଛି ବିଜେଡି ।ଲୋକଙ୍କୁ ଭୁଆଁ ବୁଲାଇବା ହେଉଛି ବିଜେପିର ଅଭ୍ୟାସ । ବିଜେପି ପ୍ରତିଶ୍ରୃିତର ପତ୍ର କହି ଲୋକଙ୍କୁ ଭୁଆଁ ବୁଲାଇବା ସହ ଜନତାଙ୍କର ଡାଟା ଦେବାକୁ ପଡୁଛି । ଅର୍ଥାତ୍ ଲୋକଙ୍କର ତଥ୍ୟ ଚୋରି କରୁଛି ବିଜେପି । ଏଥିସହିତ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୃତି ପତ୍ର ବିଜେପି ଦେଉଛି ଏବଂ ଏନେଇ ସିଇଓର ଦ୍ୱାରସ୍ଥ ହେବା ସତ୍ୱେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।

ଦୁରଦର୍ଶନ ଟିଭି ଚ୍ୟାନେଲରେ ବିଜେପିର ସମସ୍ତ କାର୍ଯ୍ୟକ୍ରମ ଏବଂ ଯୋଜନା ଚଲାଯାଉଛି ହେଲେ ଏନେଇ ବାରମ୍ବାର ସିଇଓର ଦୃଷ୍ଟି ଆକର୍ଷଣ କରାଯିବା ସତ୍ୱେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଉଥିବା ଅଭିଯୋଗ ଆଣିଛି ବିଜେଡି । ସ୍କିଲ ଇଣ୍ଡିଆକୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସରକାରୀ ଲୋଗୋ ଲଗାଇବା ସହ ସରାକରୀ ବ୍ୟାନର ପୋଷ୍ଟର ଲଗାଯାଇ କାର୍ଯ୍ୟକ୍ରମ କରାଯାଇଥିଲା । ଏବଂ ଯାହାକୁ ନେଇ ବିଜେଡି ସିଇଓର ଦ୍ୱାରସ୍ଥ ହୋଇଥିଲା କିନ୍ତୁ ସିଇଓ ବିଜେପି ଚାପରେ ବଶବର୍ତି ହୋଇ ଅଭିଯୋଗ କଲା ପରେ ବି ବିଜେପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।

ସମ୍ବନ୍ଧିତ ଖବର