ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ୫୮% ପୋଲିଂ

ରାୟପୁର : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୧୮ଟି ଆସନ ପାଇଁ ଅନୁଷ୍ଠିତ ଏହି ଭୋଟ ଗ୍ରହଣରେ ପ୍ରାୟ ୫୮ ପ୍ରତିଶତ ପୋଲିଂ ହୋଇଥିବା ଜଣାଯାଇଛି । ତେବେ ମାଓବାଦୀଙ୍କ ନିର୍ବାଚନ ବର୍ଜନ ଧମକ ପରିପ୍ରେକ୍ଷୀରେ ଏହି ପୋଲିଂ ପ୍ରତିଶତକୁ ବେଶ ସନ୍ତୋଷଜନକ ମନେ କରାଯାଉଛି । ଏହା ମାଓବାଦୀଙ୍କ ପ୍ରତି ସାଧାରଣ ଲୋକଙ୍କ ଜବାବ ବୋଲି କୁହାଯାଉଛି । ଆଜି ପୂର୍ବାହ୍ନରେ ଭୋଟିଂ ଆରମ୍ଭର କିଛି ମିନିଟ ପୂର୍ବରୁ ଦନ୍ତେଓ୍ଵାଡାରେ ମାଓବଦୀଙ୍କ ଦ୍ୱାରା ଆଇଇଡି ବିସ୍ଫୋରଣ କରିଥିଲେ । ଅନ୍ୟପକ୍ଷରେ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ସହ ଗୁଳିବିନିମୟରେ ୫ ସିଆରପିଏଫ କର୍ମୀ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଏହି ନିର୍ବାଚନରେ ବ୍ୟାପକ ଇଭିଏମ ରିଗିଂ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ନିର୍ବାଚନ ଆୟୋଗ ଏହି ଅଭିଯୋଗକୁ ଅସ୍ୱୀକାର କରିଛି । ତେବେ ଭୋଟ ଗ୍ରହଣ ବେଳେ ୩୧ଟି ଇଭିଏମ ଓ ୫୧ଟି ଭିଭିପାଟ ରେ ତ୍ରୁଟି ଦେଖାଯିବାରୁ ସେଗୁଡ଼ିକୁ ବଦଳାଯାଇଥିଲା ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର