ଭୁବନେଶ୍ୱର: ବିଜେପି ସରକାର ଗରିବ ବିରୋଧୀ। କେନ୍ଦ୍ରର ବିଜେପି ସରକାରଙ୍କ ବିମୁଦ୍ରାୟନ ଯୋଗୁଁ ଗରିବ ଆହୁରି ଗରିବ ହେଲେ। ଗ୍ୟାସ୍, ପେଟ୍ରୋଲ୍ ଦର ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଲେ। ଜିଏସସ୍ଟି ଯୋଗୁଁ ସାଧାରଣ ବ୍ୟବସାୟୀ ହନ୍ତସନ୍ତ ହେଲେ। କେନ୍ଦ୍ରର ଜୁଲମବାଜି ଆଉ ଚଳିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ବୁଧବାର ଦିନ କେନ୍ଦୁଝରର ପଦ୍ମପୁର ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
କେନ୍ଦ୍ର ନ ଦେବାରୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଉଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଚାଉଳ, ଡାଲି ଓ ଲୁଣ ଦେବେ ବୋଲି କହୁଛନ୍ତି। ପାଞ୍ଚ ବର୍ଷ ପରେ ଲୋକଙ୍କ କଥା ମନେପଡ଼ିଲା! ଏତେ ଦିନ ହେଲାଣି ସେମାନେ କରୁଥିଲେ କ’ଣ?
ବିଜେଡି ମହିଳା, ଯୁବକ ଓ ଚାଷୀଙ୍କ ସରକାର ବୋଲି କହି ଲୋକେ ବିଜେଡିକୁ ଭୋଟ୍ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Naveen-Targets-to-BJP_Thumbnail.jpg)