ଚେନ୍ନାଇ : ଗତକାଲି ଏଆଇଡିଏମକେ ସହ ବିଜେପି ମେଣ୍ଟ କରିବା ପରେ ଆଜି କଂଗ୍ରେସ ଓ ଡିଏମକେ ମେଣ୍ଟ ଘୋଷଣା କରିଛନ୍ତି । ଉଭୟ ଦଳ ପୂର୍ବରୁ ଏ ନେଇ ନିଷ୍ପତ୍ତି ନେଇସାରିଥିଲେ, କେବଳ ଆନୁଷ୍ଠାନିକ ଘୋଷଣା ବାକିଥିଲା । ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କଂଗ୍ରେସ ତାମିଲନାଡୁରେ ୯ଟି ଓ ପୁଡୁଚେରୀରେ ୧ଟି ଲୋକସଭା ଆସନରେ ଲଢିବ । ଗତକାଲି ବିଜେପି, ଏଆଇଡିଏମକେ ଓ ପିଏମକେ ମେଣ୍ଟ ଘୋଷଣା କରିଥିଲେ । କଂଗ୍ରେସ ମଧ୍ୟ ସିପିଆଇଏମ ଓ ଭାଇକୋଙ୍କ ଏମଡିଏମକେ ଦଳ ସହ ମେଣ୍ଟ ପାଇଁ ଉଦ୍ୟମ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ତାମିଲନାଡୁରେ ମୋଟ ୩୯ଟି ସିଟ ମଧ୍ୟରୁ ବିଜେପି ୫ଟି ସିଟରେ ଲଢିବ । ଅବଶିଷ୍ଟ ସିଟରେ ଏଆଇଡିଏମକେ ଓ ପିଏମକେ ଲଢିବେ । ସେହିପରି ପୁଡୁଚେରୀର ୧ଟି ଲୋକସଭା ଆସନ ପାଇଁ ମଧ୍ୟ ବୁଝାମଣା ହୋଇଛି । ଏହି ଆସନକୁ ଏଆଇଡିଏମକେ ଓ ପିଏମକେ ମେଣ୍ଟକୁ ପ୍ରଦାନ କରାଯାଇଛି ।