କଂଗ୍ରେସ ଜାତୀୟ ପାର୍ଟି, ଦଳ ଛାଡିବାର ପ୍ରଶ୍ନଉଠୁ ନାହିଁ: କୁଲେସିକା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ସମ୍ବାଦକୁ ଖୋଲାଖୋଲି ଭାବେ ସୁଚାଇଛନ୍ତି ଯେ, ସେ କଂଗ୍ରେସ ଛାଡୁ ନାହାନ୍ତି। କୋରାପୁଟର କଂଗ୍ରସ ବିଧାୟକ କୃଷ୍ନଚନ୍ଦ୍ର ସଗରିଆ ବିଧାୟକ ପଦବିରୁ ଇସ୍ତଫା ଦେବା ପରେ ପରେ କଂଗ୍ରେସର ଝାରସୁଗୁଡା ବିଧାୟକ ନବ ଦାସ ଓ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଦଳ ଛାଡ଼ିଛନ୍ତି। ବିଜେଡି ସରକାରଙ୍କ ସପକ୍ଷରେ ମତଦେବା ଅଭିଯୋଗରେ କଂଗ୍ରେସ ଦଳରୁ ଏହି ୨ ବିଧାୟକଙ୍କୁ ଦଳରୁ ନିଳମ୍ବିତ କରିଛି। ଏପରିକି ଆଗକୁ ମଧ୍ୟ କିଛି ବିଧାୟକ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଧରିଥିବା ବେଳେ ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା ମଧ୍ୟ ବିଜେଡିକୁ ଯିବା ଚର୍ଚ୍ଚା କିଛି ଗଣମାଧ୍ୟମରେ ପ୍ରକାଶିତ ଖବର ହୋଇଥିବା ଖବରକୁ ସେଖଣ୍ଡନ କରିବା ସହ କଂଗ୍ରସ ଛାଡିବା ପ୍ରଶ୍ନ ଉଠୁନାହିଁ ବୋଲି ପ୍ରକାଶ କରିଛନ୍ତିା

କଂଗ୍ରସ ଏକ ଜାତୀୟ ଦଳ। କଂଗ୍ରେସ ଦଳ ଯୋଗୁଁ ହିଁ ସେ ଆଜି ବିଧାୟକ ହୋଇ ପାରିଛନ୍ତି। ବର୍ତମାନ ଦଳୀୟ ଶୃଙ୍ଖଳାଭଙ୍ଗ କରୁଥିବା ନେତାମାନଙ୍କୁ ଶୃଙ୍ଖଳା କମିଟି ନିଳମ୍ବନ କରିଛି କିନ୍ତୁ ଦଳଛାଡିବା ପୁର୍ବରୁ ଦଳ ବିରୋଧୀ ମନ୍ତବ୍ୟ ଦେବା ଆଦୌ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। କଂଗ୍ରସ ତାଙ୍କୁ ବହୁତ କିଛି ଦେଇଛି। ଏପରିକି ଆସନ୍ତା ନିର୍ବାଚନରେ ମଧ୍ୟ ଷ୍ଟାଣ୍ଡିଂ ବିଧାୟକ ମାନଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଦିଆଯିବା ଏକ ପ୍ରକାର ନିଶ୍ଚିତ କରାଯାଇଛି। ଯଦି ବି ଟିକଟରୁ ବଞ୍ଚିତ ହୁଏ ତଥାପି ମଧ୍ୟ ସେ ଦଳ ନଛାଡି କଂଗ୍ରେସ ପାଇଁ କାର୍ଯ୍ୟକରିବେ ବୋଲି ଦୃଢକ୍ତିର ସହ କହିଛନ୍ତିା ଦେଶରେ ରାହୁଲଗାନ୍ଧିଙ୍କ ନେତୃତ୍ୱ ସହ ଓଡିଶାରେ ନିରଞ୍ଜନ ପଟ୍ଟନାୟକଙ୍କୁ ସେ ପ୍ରଶଂସା କରିବା ସହ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କୁ ନିଳମ୍ବନ କରାଯିବାକୁ ସେ ସ୍ୱାଗତ କରିଛନ୍ତିିା

ଏପରିକି ଦଳରେ ଓ ନିର୍ବାଚନ ମଣ୍ଡଳିରେ କଂଗ୍ରେସର ଅନେକ ଆଶାୟୀ ପ୍ରାର୍ଥୀ ରହିଛନ୍ତି, ଦଳକୁ ଭଲ ପାଉଥିବା କାରଣରୁ ଅନେକ ଆଶାୟୀ ପ୍ରାର୍ଥୀ ଆସିଛନ୍ତି। ଦଳର ଏଆଇସିସି ସଭାପତି ଯାହାକୁ ଟିକଟ ପ୍ରଦାନ କରିବେ ତାହାକୁ ସେ ସମର୍ଥନ ଦେଇ କଂଗ୍ରସର ପ୍ରାର୍ଥୀଙ୍କୁ ବିଜୟୀ କରାଇବେ ବୋଲି ପ୍ରକାଶ କରିଛନ୍ତିିା ବିଗତ ଦିନରେ କଂଗ୍ରସ ତିନୋଟି ରାଜ୍ୟରେ ସଫଳ ହୋଇଥିବା ବେଳେ ଓଡିଶାରେ ମଧ୍ୟ ଏହାର ଯଥେଷ୍ଟ ପ୍ରଭାବ ପଡିବ ଏବଂ ବିଶେଷ କରି କୋରାପୁଟରେ କଂଗ୍ରସ ଅଧିକ ଭଲ କରିବ ବୋଲି ସେ କହିଛନ୍ତିା

ସମ୍ବନ୍ଧିତ ଖବର