ମହାରାଷ୍ଟ୍ରର ଅଧିକାଂଶ ବଡ଼ କଂଗ୍ରେସ ନେତା ଏଥର ନିର୍ବାଚନ ଲଢିବାକୁ ଚାହୁଁନାହାଁନ୍ତି !

ମୁମ୍ବାଇ:ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାରାଷ୍ଟ୍ରର ବଡ଼ ବଡ଼ କଂଗ୍ରେସ ନେତାମାତେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି। କୁହାଯାଉଛି ଯେ ମହାରାଷ୍ଟ୍ରର ଅଧିକାଂଶ ବଡ କଂଗ୍ରେସ ନେତା ଏଥର ନିର୍ବାଚନ ଲଢିବାକୁ ଚାହୁଁନାହାଁନ୍ତି। ଏସଂପର୍କରେ ରାହୁଲ ଗାନ୍ଧୀଙ୍କୁ ମହାରାଷ୍ଟ୍ରର କଂଗ୍ରେସ ପ୍ରଭାରୀ ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ ଜଣାଇଥିବା କୁହାଯାଉଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଗତ ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରରୁ ଯେଉଁ ଦୁଇଜଣ କଂଗ୍ରେସ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ, ସେ ଦୁହେଁ ମଧ୍ୟ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଅଫା ସଫା ମନା କରି ଦେଛନ୍ତି। ଏହି ଦୁଇ ନେତା ହେଲେ ବର୍ତ୍ତମାନ ମହାରାଷ୍ଟ୍ର କଂଗ୍ରେସ ପିସିସି ଅଧ୍ୟକ୍ଷ ଅଶୋକ ଚୌହ୍ଵାନ୍‌ ଓ ସାଂସଦ ରାଜୀବ ସାତବ। ଠିକ୍‌ ସେହିପରି ନାଗପୁରର କଂଗ୍ରେସ ନେତା ବିଲାସ ମୁତ୍ତେମବାର୍‌ ସତୀଶ ଚତୁର୍ବେଦୀ , ପ୍ରିୟା ଦତ୍ତ ଓ ମିଲିନ୍ଦ ଦେଓଡ଼ା ତ ବହୁ ପୂର୍ବରୁ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ସଂପର୍କରେ ରାହୁଲ ଗାନ୍ଧୀଙ୍କୁ ଜଣାଇ ସାରିଛନ୍ତି।

କଂଗ୍ରେସର ଭିତିରି ଖବର ଅନୁଯାୟୀ ବିମୁଦ୍ରାୟନ ଫଳରେ ଅଧିକାଂଶ ବଡ଼ ବଡ଼ କଂଗ୍ରେସ ନେତାଙ୍କ ଆର୍ଥିକ ସ୍ଥିତି ଖରାପ ଅଛି। ଏଣୁ ନିର୍ବାଚନରେ ଖର୍ଚ୍ଚ କରିବାକୁ ସେମାନଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନାହିଁ। ଏଣୁ ସେମାନେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର