ଦଳିତ, ଆଦିବାସୀ, ପଛୁଆବର୍ଗ କାହାରି ଦୟାର ପାତ୍ର ନୁହନ୍ତି: ନିରଞ୍ଜନ

ନବନିଯୁକ୍ତ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷଙ୍କୁ ସମ୍ବର୍ଧନା

ଭୁବନେଶ୍ବର : ଆଜି ଓଡିଶା ପ୍ରଦେଶ କ˚ଗ୍ରେସ ଅନୁସୂଚିତ ଜାତି ବିଭାଗ ନବନିଯୁକ୍ତ ଅଧ୍ୟକ୍ଷ ବିଭୁପ୍ରସାଦ ତରାଇଙ୍କୁ କଂଗ୍ରେସ ଭବନରେ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ଉନ୍ନତି ବିନା ରାଜ୍ୟର ପ୍ରଗତି ଅସମ୍ଭବ। ସେମାନେ କାହାରି ଦୟାର ପାତ୍ର ନୁହଁନ୍ତି।

ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଉପାଧ୍ୟକ୍ଷା ମମତାଞ୍ଜଳି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ତରାଇଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ କହିଲେ, ବର୍ତମାନ ଏକ ନିକମା ସରକାର ବିକାଶ ନାମରେ ବିନାଶ କରିବାରେ ଲାଗିଛି। ନିଖିଳ ଭାରତ କ˚ଗ୍ରେସ କମିଟି ଶ୍ରୀ ତରାଇଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦେଇଥିବାରୁ ସେ ଆଗାମୀ ଦିନରେ ଅନୁସୂଚିତ ଜାତି ବିଭାଗକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କୁ ସେମାନଙ୍କର ଅଧିକାର ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ। ଦଳିତ, ଆଦିବାସୀ ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ସର୍ବାଙ୍ଗିନ ବିକାଶ ପାଇଁ କ˚ଗ୍ରେସ ଦଳ ସଚେତନ। ପିସିସି ସଭାପତି ଥିବା ଯାଏଁ ସେମାନଙ୍କୁ ନ୍ୟାୟ ଦେବା ଲାଗି ସେ ଦୃଢ଼ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ନିଶ୍ଚିତ ସମ୍ଭବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସମ୍ବର୍ଧନାର ଉତ୍ତରରେ ଅଧ୍ୟକ୍ଷ ଶ୍ରୀ ତରାଇ କହିଲେ ଯେ ଆଗାମୀ ଦିନରେ ନିଖିଳ ଭାରତ କ˚ଗ୍ରେସ କମିଟି ଏବ˚ ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଅନୁସୂଚିତ ଜାତି ବିଭାଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରବେ।

କ˚ଗ୍ରେସ ନେତା ଗଣେଶ୍ବର ବେହେରା, ସତ୍ୟପ୍ରକାଶ ନାୟକ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ଅନୁସୂଚିତ ଜାତି ଓ ଜନଜାତି ଜନସାଧାରଣଙ୍କ ଉନ୍ନତି ପାଇଁ ଉପାଦେୟ ପରାମର୍ଶମାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ଭୋଇ, ନରୋତ୍ତମ ନାୟକ, ଦେବେନ୍ଦ୍ର ମଲ୍ଲିକ, ବାବୁଲାଲ ଗୁରୁ, ଗଜେନ୍ଦ୍ର ତନ୍ତୀ, ନଳିନୀ ବେହେରା, ଦୀନବନ୍ଧୁ ଅଧିକାରୀ, ଜାମିନୀ ମୁଖୀ, ପ୍ରତିମା ମଲ୍ଲିକ, ସର୍ବେଶ୍ବର ସେଠୀ, ରାଜନ ବେହେରା, ସୁଦର୍ଶନ ଜେନା, ଆଶିଷ ସାମଲ, ମନୋଜ ବେହେରା, ହୃଷିକେଶ ଜେନା, ମାନସ ମଲ୍ଲିକ, ବସନ୍ତ ସେଠୀ, ତନ୍ମୟ ବିଶ୍ବାଳ, ମନୋରଞ୍ଜନ ଦାସ, କନକଲତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଶତାଧିକ ବିଜେଡି କର୍ମୀ କ˚ଗ୍ରେସରେ ମିଶିଲେ

ଆଜି କଟକ ଜିଲ୍ଲାର ନିଆଳି ଅ˚ଚଳର ବିଜେଡି ନେତା ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ବରେ ଶତାଧିକ ସମର୍ଥକ କ˚ଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରି ସେମାନଙ୍କୁ କ˚ଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରି ନେଇଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ପ୍ରତି ସମର୍ଥନ ଜଣାଇ କ˚ଗ୍ରେସ ଦଳରେ ସମର୍ଥକମାନଙ୍କ ସହ ଯୋଗ ଦେଇଥିବା ଶ୍ରୀ ମଲ୍ଲିକ କହିଥିଲେ।

ସମ୍ବନ୍ଧିତ ଖବର