ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ‘ପ୍ଲାନ ୭୫’, ପ୍ରଚାରରେ ସାମିଲ ହେଲା ‘ସେବା ଦଳ’

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଭାରତୀୟ ଜନତା ପାର୍ଟି ଶାସିତ ଏହି ୩ଟି ରାଜ୍ୟରେ କ୍ଷମତା ଜାରି ରଖିବାକୁ ବିଜେପି ନେତାମାନେ ରଣନୀତି ପ୍ରସ୍ତୁତ କରିଥିବା ବେଳେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। କଂଗ୍ରେସ ‘ପ୍ଲାନ ୭୫’ ରଣନୀତି ପ୍ରସ୍ତୁତ କରୁଛି। ଗତ ଥର ନିର୍ବାଚନରେ ପରାସ୍ତ ହୋଇଥିବାରୁ କଂଗ୍ରେସକୁ ଏଥର ‘ସେବା ଦଳ’ ସାହାଯ୍ୟ କରୁଛି।

ମଧ୍ୟପ୍ରଦେଶର ୩୦ଟି ସିଟ୍‌, ରାଜସ୍ଥାନର ୨୫ଟି ସିଟ୍‌ ଓ ଛତିଶଗଡ଼ର ୨୦ଟି ଆସନରେ କଂଗ୍ରେସ ଅଭିଯାନ ଚଳାଇଛି। କଂଗ୍ରେସର ସେବା ଦଳ ନିର୍ବାଚନ ନେଇ ପ୍ରଚାର କରୁଛି। ଭାରତୀୟ ସ୍ଥାନୀୟ ଟାଣୁଆ ନେତାଙ୍କ ମୁକାବିଲା କରିବ କଂଗ୍ରେସ। ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ପୂର୍ବରୁ କଂଗ୍ରେସ ୫ରୁ ୬ ଥର ହାରିଥିଲେ ମଧ୍ୟ ନୂତନ ଆଶା କରୁଛି।

ସେବା ଦଳର ମୁଖ୍ୟ ସଂଗଠକ ଲାଲଜୀ ଭାଇ ଦେଶାଇ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସମୟରେ ସେବା ଦଳ କଂଗ୍ରେସ ପାଇଁ ସକ୍ରିୟ ରୂପରେ ପ୍ରଚାର କରିଥିଲା। ବିଗତ କିଛି ବର୍ଷ ହେବ କଂଗ୍ରେସର ପ୍ରଚାର କାମରେ ସେବା ଦଳ ନିଜକୁ ନିୟୋଜିତ କରି ନାହିଁ। ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ କାମ କରିବୁ ବୋଲି ଦେଶାଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର