ମଶାଙ୍କ ପାଇଁ ମହାଅଧିବେଶନ ଅଧାରୁ ଛାଡ଼ିଥିଲେ ସୋନିଆ

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡ଼ୋର ଷ୍ଟାଡ଼ିୟମଠାରେ କଂଗ୍ରେସର ୮୪ତମ ମହାଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପାର୍ଟିର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଶା ହଇରାଣ କରିବାରୁ ସେ ଅଧିବେଶନ ଅଧାରୁ ହିଁ ପଳାଇଯାଇଥିଲେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଏହି ମହାଅଧିବେଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲା । ତେବେ ଏତେ ଖର୍ଚ୍ଚ ଏବଂ ସୁରକ୍ଷା ପରେ ମଧ୍ୟ ଅଧିବେଶନସ୍ଥଳୀରେ ମଶାମାନେ ରାଜନେତାଙ୍କୁ ପ୍ରବଳ ମାତ୍ରାରେ ହଇରାଣ କରିଥିଲେ । ଷ୍ଟାଡ଼ିୟମରେ ମଶାଙ୍କ ପ୍ରକୋପ ଏପରି ଥିଲା ଯେ ସୋନିଆ ଗାନ୍ଧୀ ଶେଷକୁ ସଭା ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ।

punjabkesari

ଖାଲି ସୋନିଆ ନୁହଁନ୍ତି, ବରଂ ସେଠାରେ ଉପସ୍ଥିତ ଥିବା ପାର୍ଟିର ଅନ୍ୟ କର୍ମଚାରୀ ମଧ୍ୟ ମଶାଙ୍କ ପ୍ରକୋପରୁ ନିଜକୁ ରକ୍ଷା କରିପାରି ନ ଥିଲେ । ମଶାଙ୍କ ଦାଉରୁ ବଞ୍ଚିବା ପାଇଁ ସେନିଆଙ୍କ ସାଙ୍ଗ ଅର୍ଚ୍ଚନା ତାଙ୍କୁ ସାଲ ଘୋଡ଼ାଇ ହେବାକୁ କହିବା ସହ ତାଙ୍କୁ ଏକ କ୍ରିମ ମଧ୍ୟ ଦେଇଥିଲେ । କିନ୍ତୁ ସେଠାରେ ଥିବା ମଶାଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିନଥିଲା । ପରେ ସୋନିଆ ସଭା ଛାଡ଼ି ଯିବା ପାଇଁ ବାଧ୍ୟ ହୋଇଥିଲେ ।ରାଜନେତା ମାନଙ୍କର ମଶା ଯଦି ଏପରି ଅବସ୍ଥା କରିପାରୁଛନ୍ତି ତେବେ ଥରେ ମାତ୍ରା ସେଠାରେ ଖେଳୁଥିବା ଖେଳାଳିମାନଙ୍କ ବିଷୟରେ ଭାବନ୍ତୁ ।

ସମ୍ବନ୍ଧିତ ଖବର