ଓଡ଼ିଶା ଆସିବେ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି, କରିବେ ପ୍ରାର୍ଥୀ ଚୟନ

ଭୁବନେଶ୍ୱର: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଫେବ୍ରୁଆରି ୧୩ରେ ଓଡ଼ିଶା ଆସୁଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଚଳିତମାସ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

ପିସିସି ଉପ-ସଭାପତି ଅନନ୍ତ ପ୍ରସାଦ ସେଠୀଙ୍କ ସୂଚନା ଅନୁସାରେ ଏଆଇସିସି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସାଥୀଶାନ ଓ ସଦସ୍ୟ ନୌଶାଦ ସୋଲାଙ୍କି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂପର୍କରେ ଅବଗତ ହେବା ପାଇଁ ଏହି ଗସ୍ତ କରୁଛନ୍ତି।

ଗସ୍ତ ଅନୁଯାୟୀ ଫେବ୍ରୁଆରି ୧୩ରେ କମିଟି ସଦସ୍ୟ ସୋଲାଙ୍କି ଆସିକା ଓ ବ୍ରହ୍ମପୁର, ୧୪ରେ ନବରଙ୍ଗପୁର ଓ କଳାହାଣ୍ଡି ଏବଂ ୧୫ରେ କୋରାପୁଟ ଏବଂ ଏହାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର