ଏଆଇସିସି ସ୍କ୍ରିନିଂ କମିଟି ବୈଠକ ଆରମ୍ଭ: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ପ୍ରାର୍ଥୀ ତାଲିକା, ସାଂଗଠନିକ ଦାୟିତ୍ବରେ ଥିବା ନେତାଙ୍କ ସହ ଆଲୋଚନା

ଭୁବନେଶ୍ବର: ଓଡ଼ିଶାରେ ପ୍ରାର୍ଥୀ ଚୟନ ଲାଗି ଏଆଇସିସି  ସ୍କ୍ରିନିଂ କମିଟି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କମିଟିର ଅଧ୍ୟକ୍ଷ ଭି.ଡି. ସତିଶନ୍ ଯୋଗ ଦେଇଛନ୍ତି। ଏଥିସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ  ଦଳର ବରିଷ୍ଠ ନେତା ଅଂଶଗ୍ରହଣ କରିଛନ୍ତି। ବୈଠକରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ପ୍ରାର୍ଥୀ ତାଲିକା । ଏଥିଲାଗି ଦଳର ସାଂଗଠାନିକ ଦାୟିତ୍ବରେ ଥିବା ନେତା ଓ ଆଶାୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରୁଛନ୍ତି ସ୍କ୍ରନିଂ କମିଟି ସଦସ୍ୟ । ଫେବ୍ରୁଆରି ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ ।

ବୈଠକରେ  ସ୍କ୍ରିନିଂ କମିଟି ଅଧ୍ୟକ୍ଷ ପ୍ରଦେଶ କଂଗ୍ରେସ କମିଟି ଚୂଡାନ୍ତ କରିଥିବା ପ୍ରାର୍ଥୀ ତାଲିକାର ରୂପରେଖକୁ ସମୀକ୍ଷା  କରିବେ । ଦଳର ନୀତି ଆଧାରରେ ଚୟନ ହୋଇଛି କି ନାହିଁ ତାହା ପରଖିବେ । ପ୍ରାର୍ଥୀ ଚୟନରେ ଯୁବକ ଏବଂ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି  । ଓଡ଼ିଶାରୁ ଫରିବା ପରେ  କେନ୍ଦ୍ରୀୟ ନିର୍ବାଚନ କମିଟିକୁ ରିପୋର୍ଟ ଦେବ ଏଆଇସିସି ସ୍କ୍ରିନିଂ କମିଟି । କେନ୍ଦ୍ରୀୟ  ନିର୍ବାଚନ କମିଟି ତାଲିକାରେ ମୋହର ମାରିବା ପରେ ଫେବ୍ରୁଆରି ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ କଂଗ୍ରେସର ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ।

ସମ୍ବନ୍ଧିତ ଖବର