ଗୋଆରେ ସରକାର ଗଠନ କରିବାକୁ ଦାବି କଲା କଂଗ୍ରେସ, କହିଲା- ପାର୍ରିକରଙ୍କ ନିକଟରେ ବହୁମତ ନାହିଁ

ପାଣାଜୀ: ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକଙ୍କ ମୃତ୍ୟୁ ପରେ ଗୋଆରେ ସରକାର ଗଠନ କରିବାକୁ ରାଜ୍ୟ କଂଗ୍ରେସ ରାଜ୍ୟପାଳ ମୃଦୁଲା ସିହ୍ନାଙ୍କୁ ଶନିବାର ଚିଠି ଲେଖିଛି। କଂଗ୍ରେସ ଅଭିଯୋଗ ଆଣିଛି ଯେ, ବର୍ତ୍ତମାନ ବିଜେପି ପାଖରେ ବହୁମତ ନାହିଁ। କଂଗ୍ରେସ ହେଉଛି ରାଜ୍ୟରେ ବୃହତ୍ତ ରାଜନୈତିକ ଦଳ। ବର୍ଷ ୨୦୧୭ ଫେବ୍ରୁଆରିରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ଅନୁସାରେ କଂଗ୍ରେସ ୧୭ଟି ଆସନରେ ବଜୟୀ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଦଳର ୩ ଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ଫଳରେ ରାଜ୍ୟରେ ବିଜେପି ସରକାର ଗଢ଼ିଥିଲା। ଏହା ପରେ ବିଜେପି ନେତୃତ୍ୱରେ ପରିଚାଳିତ ସରକାରରେ ମନୋହର ପାର୍ରିକର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ରାଜ୍ୟପାଳଙ୍କୁ ପତ୍ରରେ କଂଗ୍ରେସ କହିଛି ଯେ, ବିଧାୟକ ଡିସୁଜାଙ୍କ ପରଲୋକ ପରେ ବିଧାନସଭାରେ ବିଜେପିର ୧୩ ଜଣ ବିଧାୟକ ଅଛନ୍ତି। ମନୋହର ପାର୍ରିକରଙ୍କ ନେତୃତ୍ୱରେ ପରିଚାଳିତ ସରକାରଙ୍କ ଠାରୁ ଲୋକଙ୍କର ଭରସା ତୁଟି ସାରିଛି। ଦଳର ସଂଖ୍ୟାଗରିଷ୍ଠା ନ ଥିବାରୁ ସରକାରରେ ରହିବା କୌଣସି ଅଧିକାର ନାହିଁ। ଆମେ ଚାହୁଁଛୁ ଯେ, ନୂତନ ସରକାର ଗଢ଼ାଯାଉ ଏବଂ ସବୁଠାରୁ ବଡ଼ ଦଳ କଂଗ୍ରେସକୁ ସରକାର ଗଢ଼ିବା ପାଇଁ ସୁଯୋଗ ଦିଆଯାଉ।

ସୂଚନାଯୋଗ୍ୟ ବିଜେପିର ଜଣେ ବିଧାୟକ ଫ୍ରାନସିସି ଡିସୁଜା (୬୪)ଙ୍କ ଫେବ୍ରୁଆରିରେ ମୃତ୍ୟୁ ଘଟିଥିଲା। ଆମେରିକାର ଏକ ହସ୍ପିଟାଲରେ ବିଧାୟକଙ୍କ ଚିକିତ୍ସା ସମୟରେ ପରଲୋକ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ କଂଗ୍ରେସ ଟିକେଟ୍‌ରେ ୧୯୯୯ରେ ପ୍ରଥମ ଥର ପାଇଁ ଗୋଆ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେପିରେ ସାମିଲ ହୋଇଥିଲେ। ସେ ୨୦୦୨, ୨୦୦୭, ୨୦୧୨ ଏବଂ ୨୦୧୭ରେ ବିଧାୟକ ହୋଇଥିଲେ। ପାର୍ରିକରଙ୍କ ନେତୃତ୍ୱ ସରକାରରେ ଡିସୁଜା ଉପ-ମୁଖ୍ୟମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର