କଂଗ୍ରେସକୁ ଫେରିଲେ ସଂଖ୍ୟାଲଘୁ ସଂପ୍ରଦାୟର ବହୁସଂଖ୍ୟକ କର୍ମୀ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ସଂଖ୍ୟାଲଘୁ ସଂପ୍ରଦାୟରୁ ବହୁସଂଖ୍ୟାରେ କର୍ମୀ, ସମର୍ଥକ କଂଗ୍ରେସ ଦଳରେ ପୁଣି ଥରେ ଯୋଗ ଦେଇଛନ୍ତି। ସେମାନେ କଂଗ୍ରେସରୁ ଦୂରେଇ ଯାଇଥିଲେ। ରାଜ୍ୟର ସଂଖ୍ୟାଲଘୁ ବହୁଳ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାଗୁଡ଼ିକରୁ ସେମାନେ ରାଜ୍ୟ କଂଗ୍ରେସର ବଳିଷ୍ଠ ନେତୃତ୍ୱ ପ୍ରତି ପୁନଃଆସ୍ଥା ଓ ସମର୍ଥନ ଜଣାଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ଓ ପିସିସି ସଂଖ୍ୟାଲଘୁ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା। ଏହି ଉଦ୍ଦେଶ୍ୟରେ ପିସିସି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ମହମ୍ମଦ ସେହେନଓ୍ଵାଜ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସଭାରେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉନ୍ନତି ଓ ସୁରକ୍ଷା ପାଇଁ କଂଗ୍ରେସ ଦଳ ସର୍ବଦା ରହିଛି ଓ ରହିବ ମଧ୍ୟ। ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ରାଜ୍ୟ ଉପାଧ୍ୟକ୍ଷ ଆଇନ୍‌ଜୀବୀ ମହମ୍ମଦ ଆରିଫ୍‌ଉଦ୍ଦିନ୍‌ ଖାଁ ସ୍ୱାଗତ ଅଭିଭାଷଣ ଦେବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଉପାଧ୍ୟକ୍ଷ ରଶ୍ମିତା ସେଠ୍‌, ମହମ୍ମଦ ଓ୍ଵାହିଦ୍‌, ସେକ୍‌ ନୁରୁଲ୍ଲା, ଆବୁ ସାହିମା, ଓ୍ଵାଲିଦ୍‌ ପଟେଲ, ଫର୍ଜାନା ତବାସୁମ୍‌, ଶୋଭନ୍‌ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର