୧୫ ଦିନ ଭିତରେ ଘୋଷଣା ହେବ କଂଗ୍ରେସର ୫୦ ପ୍ରତିଶତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରଣନୀତି ଆରମ୍ଭ କରିଦେଇଛି। ନିଜ ପକେଟ୍‌ରେ ଭୋଟ୍‌ ସୁରକ୍ଷିତ ରଖିବା ପାଇଁ ରାଜ୍ୟ କଂଗ୍ରେସ ଏବେଠାରୁ ଯୋଜନା କରୁଛି। ସେଥିପାଇଁ ପ୍ରତ୍ୟକ ବୁଥ୍‌ ପାଇଁ ଏଜେଣ୍ଟ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ଅନୁସାରେ ଆଗାମୀ ନିର୍ବାଚନ ପାଇଁ ବିଜେପି ଓ ବିଜେଡି ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ତାଲିକା ଓ ବୁଥ୍‌ ଏଜେଣ୍ଟ ଘୋଷଣା କରିବ। ଏହା ପୂର୍ବରୁ ୩୦୦ ଜଣଙ୍କୁ ନେଇ ଏକ ଜୁମ୍ବୋ ଟିମ୍‌ ଗଠନ ହୋଇଛି। ପସିସିର ପ୍ରଥମ କମିଟି ବୈଠକରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଘୋଷଣା ଅନୁସାରେ ଆଗାମୀ ୧୫ ଦିନ ଭିତରେ ୫୦ ପ୍ରତିଶତ ପ୍ରାର୍ଥୀଙ୍କର ନାଁ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର