ରାମଙ୍କ ଶରଣରେ ମାକପା! ଜନ୍ମାଷ୍ଟମୀ ପରେ ପାଳନ କରିବ ରାମାୟଣ ମାସ

0 281

ଥିରୁଅନନ୍ତପୁରମ: ଭାରତୀୟ ଜନତା ପାର୍ଟି କେରଳରେ ରାଜନୈତିକ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଉଦ୍ୟମ ଜାରି ରଖିଛି। କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ଅଭିଯାନକୁ ଆହୁରି ତୀବ୍ର କରି ଦିଆଯାଇଛି। ସିପିଆଇ ନେତୃତ୍ୱରେ ସରକାର କେରଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଆୟୋଜନ କରିବା ପରେ ‘ରାମାୟଣ ମାସ’ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଲାୟାଲାମ କ୍ୟାଲେଣ୍ଡର ଅନୁସାରେ ଜୁଲାଇ ୧୭ରୁ କାରକିଦକ୍କମ ଆରମ୍ଭ ହୋଇଥାଏ। ଏହା ଅଗଷ୍ଟ ୧୬ ପର୍ଯ୍ୟନ୍ତ ରହିବ। ମଲାୟାଲାମ ସଂସ୍କୃତି ଅନୁସାରେ ଏହି ମାସକୁ କାରକିଦକ୍କମ କୁହାଯାଇଥାଏ।

କାରକିଦକ୍କମରେ ମୌସୁମୀ ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। କୁହାଯାଇଥାଏ ଯେ, ଏହି ସମୟରେ ମନୁଷ୍ୟଙ୍କୁ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଲୋକେ ଘରେ ଘରେ ରାମାୟଣ ପାଠ କରିଥାନ୍ତି। ଏହି ମାସରେ ଲୋକେ ଆୟୁର୍ବେଦ ଚିକିତ୍ସା ମଧ୍ୟ କରିଥାନ୍ତି।

କେରଳରେ ହିନ୍ଦୁ ସଂପ୍ରଦାୟଙ୍କୁ ଆକୃଷ୍ଟ କରିବା ପାଇଁ କ୍ଷମାତାଶାଳୀ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି କାରକିଦକ୍କମ ମାସ ପାଳନ କରିବାକୁ ଯୋଜନା କରୁଛି। ଏହି ମାସରେ ରାମାୟଣ ପାଠ କରାଯିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମାକପା ଦଳର କର୍ମକର୍ତ୍ତାଙ୍କୁ ରାମାୟଣ ସଂପର୍କରେ ଉପଦେଶ ଦିଆଯିବ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାମାୟଣ ମାସ ପାଳନ ବେଳେ ମାକପା ପକ୍ଷରୁ ସଂସ୍କୃତ ସଂଘ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବ। ପାର୍ଟିର ରାଜ୍ୟ କମିଟିର ସଦସ୍ୟ ଭି. ଶିବଦାସନଙ୍କୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.