ବ୍ରହ୍ମପୁରରେ ସିପିଆଇ(ଏମ୍‌)ର ରାଜ୍ୟ ସମ୍ମିଳନୀ ୭ରୁ

ଭୁବନେଶ୍ୱର : ସିପିଆଇ (ଏମ୍‌)ର ରାଜ୍ୟ ସମ୍ମିଳନୀ ଚଳିତମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେବ। ୭ ତାରିଖ ଦିନ ଅପରାହ୍ନ ୩ଟାରେ ରାମଲିଙ୍ଗମ ଟ୍ୟାଙ୍କ ରୋଡଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ଦଳର ସର୍ବଭାରତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସମେତ ରାଜ୍ୟ ନେତୃବୃନ୍ଦ ଅଳିକିଶୋର ପଟ୍ଟନାୟକ, ଜନାର୍ଦନ ପତି, ଜଗନ୍ନାଥ ମିଶ୍ର ପ୍ରମୁଖ ଯୋଗ ଦେବେ। ୮ତାରିଖରେ ‘ଜାତୀୟ ଜୀବନରେ ସଙ୍କଟ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ସିପିଆଇ(ଏମ୍‌) ପଲିଟିବ୍ୟୁରୋ ସଭ୍ୟ ସୂର୍ଯ୍ୟକାନ୍ତ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ସିପିଆଇ ନେତା ନାରାୟଣ ରେଡ୍ଡି ପ୍ରମୁଖ ଯୋଗ ଦେବେ। ଏହି ସମ୍ମିଳନୀରେ ବିଭିନ୍ନ ଗଣଆନ୍ଦୋଳନ ଓ ସଂଗଠନରୁ ୩୦୦ରୁ ଅଧିକ ସଂଗ୍ରାମୀ ଯୋଗ ଦେବେ ବୋଲି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୧୨ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ସମ୍ମିଳନୀକୁ ସଫଳ କରିବା ପାଇଁ ସିପିଆଇ(ଏମ୍‌) ରାଜ୍ୟ କମିଟି ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର