କର୍ଣ୍ଣାଟକର ଜେଡିଏସ-କଂଗ୍ରେସ ସରକାର ଉପରେ ପୁଣି ବିପଦର କଳାବାଦଲ

ବାଙ୍ଗାଲୁରୁ : କର୍ଣ୍ଣାଟକର କ୍ଷମତାରେ ଥିବା ଜେଡିଏସ-କଂଗ୍ରେସ ସରକାର ଉପରେ ପୁଣିଥରେ ସଂକଟର କଳାବାଦଲ ଦେଖାଦେଇଛି । ଗତ ବର୍ଷ ରାଜ୍ୟରେ ଉଭୟ ଦଳ ମିଳିତ ସରକାର ଗଠନ କରିବା ପରେ ନିୟମିତ ଭାବେ ବିବାଦ ରହିଆସିଛି । କେବଳ ଏତିକି ନୁହେଁ କଂଗ୍ରେସ ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ ମଧ୍ୟ ମଝିରେ ମଝିରେ ଫୁଟିକି ବାହାରୁଛି ।

ତେବେ ଏଥର ଦେଖାଦେଇଥିବା ବିବାଦ ଟିକିଏ ଗୁରୁତର ଥିବାରୁ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଆଜି ନିଜର ଦିଲ୍ଲୀଗ୍ରସ୍ତକୁ ବାତିଲ କରି ସହଯୋଗୀ ଦଳସହ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିମଧ୍ୟ ମିଳିତ ସରକାରରେ ଥିବା ମତଭେଦ ତୁଟାଇବାକୁ ରାଜ୍ୟ ପ୍ରଭାରୀ କେସି ଭେନୁଗୋପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ରାଜ୍ୟ କଂଗ୍ରେସ ନେତା ରୋଶନ ବେଗ୍‌ ଭେନୁଗୋପଳଙ୍କୁ ଏକ ଜୋକର ବୋଲି କହିଥିଲେ । ଜୋକର ଭେନୁଗୋପାଳ, ଗର୍ବୀ ସିଦ୍ଧରାମାୟା ଓ ବିଫଳ ଗୁଣ୍ଡୁରାଓ ହିଁ ଏହି ସଂକଟର କାରଣ ବୋଲି ସେ କହିଥିଲେ । ରାଜ୍ୟର ମୋଟ ୨୨୪ ବିଧାନସଭା ଆସନରୁ ବିଜେପି ପାଖରେ ୧୦୪ ବିଧାୟକ ଅଛନ୍ତି। କଂଗ୍ରେସର ୮୦ ଏବଂ ଜେଡିଏସ୍ର ୩୭ ବିଧାୟକ ଥିବା ବେଳେ ବହୁଜନ ସମାଜ ପାର୍ଟି ଏବଂ କେପିଜିପିର ଜଣେ ଲେଖାଏଁ ବିଧାୟକ ଅଛନ୍ତି।

ସମ୍ବନ୍ଧିତ ଖବର