ବିଜେଡି ଉପସଭାପତି ପଦରୁ ବିଦା ହେଲେ ଦାମ ରାଉତ

ହାତରୁ ଖସିଲା ଢେଙ୍କାନାଳ ପର୍ଯ୍ୟବେକ୍ଷକ ପଦ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଶୁକ୍ରବାର ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ପରେ ଶନିବାର ତାଙ୍କ ଠାରୁ ଆଉ ୨ଟି ପଦ କାଢ଼ି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ତାଙ୍କ ଠାରୁ ଉପ-ସଭାପତି ପଦ କାଢ଼ି ନେଇଛନ୍ତି। ସେହିଭଳି ଦାମ ରାଉତ ଢେଙ୍କାନାଳ ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ବିଦା ହୋଇଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି  ତୁରନ୍ତ ଲାଗୁ କରିବାକୁ ଆଦେଶ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦାମଙ୍କ ହାତରୁ ୩ଟି ଗୁରୁତ୍ୱପୂର୍ଣ୍ଣ ପଦ ଖସିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର