କଂଗ୍ରେସରେ ରହିବା ପାଇଁ କଥାବାର୍ତ୍ତା କରିବାର ଦିନକ ପରେ ମୁମ୍ବାଇ ଫେରିଗଲେ କର୍ଣ୍ଣାଟକ ବିଧାୟକ

ବେଙ୍ଗାଲୁରୁ: ରବିବାର ଦିନ ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌ ଟି ବି ନାଗରାଜଙ୍କ ପୁଣି ବିମାନ ଯୋଗେ ମୁମ୍ବାଇ ଚାଲି ଯିବାରୁ ତାଙ୍କୁ ସନ୍ତୁଷ୍ଟ କରିବାରେ ମେଣ୍ଟ ନେତାମାନେ ବିଫଳ ହେବା ପରି ମନେହେଉଛି।

କର୍ଣ୍ଣାଟକରେ ଭାଙ୍ଗିବାକୁ ଯାଉଥିବା ଏଚ୍‌ ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ସରକାର ବଞ୍ଚାଇବା ନିମନ୍ତେ ନାଗରାଜଙ୍କୁ ଫେରାଇ ଆଣିବାକୁ ଶନିବାର ଦିନ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ନେତାମାନେ ନାଗରାଜଙ୍କ ସହ ବୁଝାମଣା କରିଥିଲେ।

ହୋସକୋଟେ ବିଧାୟକ କହିଥିଲେ କି, ଚିକ୍କାବାଲ୍ଲାପୁରା ବିଧାୟକ କେ ସୁଧାକରଙ୍କ ସହ କଥାବାର୍ତ୍ତା ପରେ ଇସ୍ତଫା ପ୍ରତ୍ୟାହାର ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଉଭୟ ଜୁଲାଇ ୧୦ ତାରିଖ ଦିନ ବାଚସ୍ପତିଙ୍କୁ ଇସ୍ତଫା ଦେଇଥିଲେ।

ସୁଧାକରଙ୍କୁ ଭେଟିବାକୁ ନାଗରାଜ ମୁମ୍ବାଇ ଯାଉଛନ୍ତି। ଅନ୍ୟ ବିଧାୟକମାନଙ୍କ ସହ ସେ ମଧ୍ୟ ସେଠାରେ ଡେରା ପକାଇଛନ୍ତି।

ନାଗରାଜ ଚାର୍ଟର୍‌ଡ୍‌ ବିମାନ ଆରୋହଣ କରୁଥିବାର ଦୃଶ୍ୟ ସ୍ଥାନୀୟ ଟିଭି ଚାନେଲ୍‌ରେ ଦୃଶ୍ୟମାନ ହୋଇଛି।

ସମ୍ବନ୍ଧିତ ଖବର