ଦିନକ ପରେ ବଲାଙ୍ଗୀର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଚାଲିଛି ଜୋରଦାର ପ୍ରସ୍ତୁତି

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୫ରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହା ପରେ ମୋଦି ଭାରତୀୟ ଜନତା ପାର୍ଟିର ବିଶାଳ ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ। ମୋଦୀଙ୍କ ଗସ୍ତ ନେଇ ବିଜେପିର ବରିଷ୍ଠ ନେତାଙ୍କ ଠାରୁ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଗସ୍ତ ଗୋଟିଏ ଦିନ ପରେ ହେଉଥିବାରୁ ସଭାସ୍ଥଳରେ ପ୍ରସ୍ତୁତି କାମକୁ ତୀବ୍ର କରି ତିଆଯାଇଛି। ଗୋଟିଏ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୩ ଥର ଓଡ଼ିଶା ଗସ୍ତ କରିଛନ୍ତି। ଗତ ଡିସେମ୍ବର ୨୪ରେ ସେ ଖୋର୍ଦ୍ଧା ଓ ଚଳିତ ମାସ ୫ ତାରିଖରେ ବାରିପଦା ଗସ୍ତ କରିଥିଲେ। ମୋଦିଙ୍କ ୩ଟି ଗସ୍ତରେ ଓଡ଼ିଶାକୁ ୨୦,୮୦୧ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଅନେକ ଗୁଡ଼ିଏ ପ୍ରକଳ୍ପ ମିଳିଛି।

ଗସ୍ତ ଅବସରରେ ରେଳ ମନ୍ତ୍ରଣାଳୟର ୬ଟି ପ୍ରକଳ୍ପ ସମେତ ସଂସ୍କୃତି ମନ୍ତ୍ରଣାଳୟର ୩ଟି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୋଟିଏ ଲେଖାଏ ପ୍ରକଳ୍ପ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗୀର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିବେ। ଏଥିରେ କେବଳ ରେଳ ମନ୍ତ୍ରଣାଳୟର ୧୫୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ରହିଛି। ଝାରସୁଗୁଡ଼ା-ବିଜୟନଗରମ୍‌ ଓ ସମ୍ବଲପୁର-ଅନୁଗୁଳର ରେଳଲାଇନ୍‌ର ଇଲେକ୍ଟ୍ରିଫିକେସନ୍‌ କାମର ଉଦ୍‌ଘାଟନ ହେବ। ୮୧୩ କିମି ଏହି ରେଳ ଲାଇନ୍‌ ପାଇଁ ୧୦୮୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ସେହିପରି ଝାରସୁଗୁଡ଼ାଠାରେ ୧୦୦ କୋଟି ଟଙ୍କାର ମଲ୍‌ଟି ମଡେଲ୍‌ ଲଜିଷ୍ଟିକ୍‌ ପାର୍କ, ୧୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବଲାଙ୍ଗୀର-ବିଚ୍ଛୁପାଲ୍ଲୀ ନୂଆ ରେଳ ଲାଇନ୍‌, ୧୮୯.୩୨ କୋଟି ଟଙ୍କା ବ୍ୟୟରେ ବରଗଡ଼ର ବରପାଲ୍ଲୀ-ଡୁଙ୍ଗରିପାଲ୍ଲି, ବଲାଙ୍ଗୀର-ଦେବଗଡ଼ ରୋଡ୍‌ର ୩୧.୫୬ କିମି ରେଳ ଲାଇନ୍‌ର ଦୋହରୀକରଣ, ୨୭.୪୫ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ରାୟଗଡ଼ାର ଥେରୁବାଲି-ସିଂଘପୁର ରୋଡ ଷ୍ଟେସନ ମଧ୍ୟରେ ପୋଲ ଉଦ୍‌ଘାଟନ ହେବ।

ସମ୍ବନ୍ଧିତ ଖବର