ମହାରାଷ୍ଟ୍ରରେ ନାରାୟଣ ରାଣେଙ୍କ ଏକଲା ଚଲୋ ନିଷ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା-ଭାରତୀୟ ଜନତା ପାର୍ଟି (ଭାଜପା) ମେଣ୍ଟ ଦେଉଥିବା ସ୍ପଷ୍ଟ ହେବା ମାତ୍ରେ ରାଜ୍ୟର ବରିଷ୍ଠ ନେତା ନାରାୟଣ ରାଣେ ଆଗାମୀ ଲୋକସଭା ନିର୍ବାଚନରେ ‘ଏକଲା ଚଲୋ’ର ନିଷ୍ପତ୍ତି ନେଇଛନ୍ତି। ନାରାୟଣ ରାଣେ ରତ୍ନଗିରି ସିନ୍ଧୁ ଦୁର୍ଗ ନିର୍ବାଚନ ମଣ୍ଡଳୀରୁ ପୁଅ ନୀଲେଶଙ୍କୁ ପ୍ରାର୍ଥୀ କରିବା ଲାଗି ଘୋଷଣା କରିଛନ୍ତି। ତେବେ ଏଯାଏଁ ତାଙ୍କ ରାଜନୈତିକ ଦଳ ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ ରାଜ୍ୟରେ କେତୋଟି ଆସନରେ ପ୍ରାର୍ଥୀ ଦେବ, ତାହା ସ୍ପଷ୍ଟ କରି ନାହାନ୍ତି ନାରାୟଣ ରାଣେ।

ଭାଜପା ଶିବସେନା ସହ ମେଣ୍ଟ କରିବା ଲାଗି ନାରାୟଣ ରାଣେଙ୍କୁ ଅଣଦେଖା କରି ଆସୁଥିଲା। ଏହାପରେ ନାରାୟଣ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ତା’ପରେ ନାରାୟଣ ରାଣେ ଶରଦ ପାଓ୍ଵାରଙ୍କ ଏନସିପି ସହ ଯୋଗାଯୋଗ କରିଥିଲେ। ସେ ଆଶା ବାନ୍ଧିଥିଲେ ଯେ ଏନସିପି ସହିତ ତାଙ୍କର ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷର ମେଣ୍ଟ ହେବ। କିନ୍ତୁ ଏନ୍‌ସିପି କଂଗ୍ରେସ ସହ ମେଣ୍ଟଲାଗି ଆଗ୍ରହ ପ୍ରକାଶ କରିବାପରେ ନାରାୟଣଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏଠାରେ ସୂଚନା ଯୋଗ୍ୟ ମହାରାଷ୍ଟ୍ରର ତଟବର୍ତ୍ତୀ କୋଙ୍କଣ କ୍ଷେତ୍ରରେ ନାରାୟଣ ରାଣେଙ୍କର ବେଶ୍‌ ପ୍ରଭାବ ରହିଛି।

ସମ୍ବନ୍ଧିତ ଖବର