ବିଜୁ ଯୁବ ବାହିନୀର ନାମ ରଦ୍ଦ ପାଇଁ ଦାବି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଯୁବ ସେବା ବିଭାଗ ଅଧୀନସ୍ଥ ବିଜୁ ଯୁବ ବାହିନୀ ଓ ବିଜେଡିର ଯୁବ ଶାଖା ବିଜୁ ଯୁବ ଜନତା ନାମ ପାଖାପାଖି ହୋଇଥିବାରୁ ବିଜୁ ଯୁବ ବାହିନୀ ନାମ ରଦ୍ଦ କରିବାକୁ ଉତ୍କଳ ବିକାଶ ଯୁବ ପରିଷଦର ରାଜ୍ୟ ସଭାପତି ଦେବୀ ପ୍ରସାଦ ପୃଷ୍ଟି ଦାବି କରିଛନ୍ତି। ଏ ନେଇ ସେ ଭାରତର ମୁଖ୍ୟ ନିର୍ବାଚନ କମିସନ୍‌ଙ୍କୁ ପତ୍ର ଲେଖିଛନ୍ତି। ସେ ଦର୍ଶାଇଛନ୍ତି, ଦୁଇଟି ନାମ ପାଖାପାଖି ହୋଇଥିବାରୁ ସାଧାରଣ ଜନତା ଓ ମତଦାତା ବିଭ୍ରାନ୍ତ ହେବାର ଆଶଙ୍କା ରହିଛି। ଦେଶର କୌଣସି ସ୍ଥାନରେ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ଶାସକ ଦଳର ଯୁବ ସଂଗଠନ ନାମରେ ନାମିତ ହୋଇ ନାହିଁ। ସରକାରୀ ଅର୍ଥ ବ୍ୟୟରେ ଏହା ଶାସକ ଦଳର ପ୍ରଚାର ସଦୃଶ। ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ଏହା ବିରୁଦ୍ଧାଚରଣ କରୁଛି। ତେଣୁ ନିର୍ବାଚନ କମିସନ୍‌ ତାଙ୍କର ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ବିଜୁ ଯୁବ ବାହିନୀ ନାମକରଣ ରଦ୍ଦ କରି ତାହାକୁ ପରିବର୍ତ୍ତନ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପୃଷ୍ଟି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର