କଣ୍ଟାବାଞ୍ଝିରେ ଧର୍ମେନ୍ଦ୍ରଙ୍କ କଟାକ୍ଷ ! ସବୁଠି ମୁଖ୍ୟମନ୍ତ୍ରୀ କହୁଛନ୍ତି, ଆପଣମାନେ ଖୁସୀ ତ, ମୁଁ ବି ଖୁସୀ

ବଲାଙ୍ଗିର: ବଲାଙ୍ଗିର କଣ୍ଟାବାଞ୍ଝିରେ ଓବିସି ମହାସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୁଆଡେ ଯାଉଛନ୍ତି ଦେଢମିନିଟର ଭାଷଣ ଦେଉଛନ୍ତି । ଆଉ ଯୁଆଡେ ଯାଉଛନ୍ତି କହୁଛନ୍ତି ଆପଣମାନେ ଖୁସି ତ, ମୁଁ ବି ଖୁସି। ୧୯ ବର୍ଷର ଶାସନରେ ବଲାଙ୍ଗିରବାସୀଙ୍କୁ ପାଣି ମିଳିଲାନି । ବେକାରୀ ସମସ୍ୟା ଏବଂ ଗରିବୀ ରାଜ୍ୟର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

ସେହିପରି ନବୀନ ବାବୁ ଚାଷଜମିଙ୍କୁ ବି ପାଣି ମୁନ୍ଦେ ତୁମ ସରକାର ଏଯାବତ୍ ଦେଇପାରିଲେ ନାହିଁ । ଲୋକେ ଦୁଃଖରେ ଅଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆପଣମାନେ ଖୁସି ତ । ରାଜ୍ୟର ଭୋଟର ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଧର୍ମେନ୍ଦ୍ର ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟବାସୀଙ୍କ ପାଖରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ଯୋଜନା ହଡପ କରାଯାଉଛି । ଯେଉଁଥିରେ ନରେଗା ଟଙ୍କାକୁ ହରିଲୁଟ କରାଯାଇଛି । ଏ ନେଇ ଯେଉଁ ଟଙ୍କା ଆସୁଛି ତାକୁ ସବୁ ଜିଲ୍ଲାକୁ ଦିଆଯାଉନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

 

ସମ୍ବନ୍ଧିତ ଖବର