ନିଜର ବସନ୍ତୀ ପାଇଁ ନିର୍ବାଚନୀ ପ୍ରଚାରରେ ମଥୁରା ପହଞ୍ଚିଥିବା ଧର୍ମେନ୍ଦ୍ର ଲୋକଙ୍କ ପ୍ରଶ୍ନର ଏଭଳି ଦେଲେ ଉତ୍ତର

ନୂଆଦିଲ୍ଲୀ: ମଥୁରାରୁ ଭାରତୀୟ ଜନତା ପାର୍ଟିର ମହଜୁଦ ସାଂସଦ ହେମା ମାଲିନୀ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି। ହେମା ମାଲିନୀଙ୍କୁ ନିର୍ବାଚନ ପ୍ରଚାର ଅଭିଯାନରେ ତାଙ୍କ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସହଯୋଗ ମିଳିଛି। ନିଜେ ଧର୍ମେନ୍ଦ୍ର ହୋମଙ୍କ ପାଇଁ ମଥୁରାରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଛନ୍ତି। ଲୋକଙ୍କୁ ହେମାଙ୍କ ପାଇଁ ଭୋଟ ମାଗିଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କୁ ଦେଖି ଲୋକମାନେ ପଚାରିଥିଲେ ଆପଣତ ଗତ ନିର୍ବାଚନରେ ଆସି ନଥିଲେ ଚଳିତ ବର୍ଷ ଆସିବାର କାରଣ। ଏହାର ଉତ୍ତରରେ ସେ କହିଥିଲେ, ଏଇଟା ବି ଗୋଟେ ପ୍ରଶ୍ନ, ମୋର ଇଚ୍ଛା ହେଲା ମୁଁ ଚାଲି ଆସିଲି। ସବୁବେଳେ ମୁଁ ମୋର ମନର କଥାକୁ ବିଶ୍ୱାସ କରିଥାଏ। ଜଣେ ମଣିଷ ହେବା ହେତୁ ମୁଁ ମଣିଷଙ୍କୁ ଭଲପାଏ। ତେବେ ଲୋକମାନଙ୍କ ପାଖକୁ କାହିଁକି ବା ମୁଁ ନଆସିବି।

ହେମା ମାଲିନୀଙ୍କୁ ପୁଣିଥରେ ଭାଜପା ମଥୁର ପ୍ରାର୍ଥୀ ଭାବେ ଘୋଷଣା କରିଛି। ହୋମ ଏବେ ଲଗାତାର ନିର୍ବାଚନ ପ୍ରଚାରରେ ଲାଗିଛନ୍ତି। ଏହି ସମୟରେ ସେ ଚାଷୀଙ୍କ ସହ ଫଟୋ ବି ଉଠାଇଥିଲେ। ଏଥିସହିତ ହେଣ୍ଡପାଇପ୍‌ ଚଲାଇବା ଫଟୋ ଖୁବ୍‌ ଚର୍ଚ୍ଚାରେ ରହିଥିଲା।

ଏହି ଫଟୋ ବିଷୟରେ ଯେତେବେଳେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ, ଆପଣ ଆକ୍ଟରମାନଙ୍କ ସହିତ ଫଟୋ କାହିଁକି ଉଠାଇ ଥାଆନ୍ତି। ପ୍ରତ୍ୟେକ ମଣିଷର ଇଚ୍ଛା ଥାଏ କି ସୁନ୍ଦର କ୍ଷେତ ଟିଏ ହୋଇଥିବ, ଗହମ କଟା ଯାଉଥିବ, ସେଠାରେ ମହିଳାମାନେ କାମ କରୁଥିଲା, ଦେବୀ ଭଳି ଦିଶୁଥିବେ । ଏଭଳି ପରିସ୍ଥିତିରେ ସମସ୍ତଙ୍କ ଫଟୋ ଉଠାଇବାକୁ ମନ କରିବ।

ଏହାପରେ ଲୋକମାନେ ଧର୍ମେନ୍ଦ୍ରଙ୍କୁ ପଚାରିଥିଲେ କି ଚଳିତ ଥର ନିର୍ବାଚନ ଲଢ଼େଇ ଜୋରଦାର ରହିଛି। ଧର୍ମେନ୍ଦ୍ର ଏହାର ଉତ୍ତରରେ କହିଥିଲେ, ପ୍ରତିଯୋଗୀତା ତ କଡ଼ା ହିଁ ହୋଇଥାଏ । ଏଥିରେ ଜିତିବାକୁ ଅଛି।

ସମ୍ବନ୍ଧିତ ଖବର