ଜୟଲଳିତା ହସ୍‌ପିଟାଲ୍‌ରେ ଥିବା ବେଳର ଭିଡିଓ ରିଲିଜ୍‌ କଲା ଦିନାକରନ୍ କ୍ୟାମ୍ପ୍‌

ଚେନ୍ନାଇ: ଆର୍‌ କେ ନଗର ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ଟିଟିଭି ଦିନାକରନ୍ କ୍ୟାମ୍ପ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ହସ୍‌ପିଟାଲ୍‌ ବେଡ୍‌ରେ ଥିବା ଏକ ଭିଡିଓ ରିଲିଜ୍‌ କରିଛି।

ଭିଡିଓରେ ଜୟଲଳିତା ନାଇଟ୍‌ ଡ୍ରେସ୍‌ ପିନ୍ଧି ଜୁସ୍‌ ପିଇବା ସହ ଟିଭି ଦେଖୁଥିବାର ଦୃଶ୍ୟ ରହିଛି।

ବୁଧବାର ଦିନ ସେକ୍ରେଟାରିଏଟ୍‌ରେ ଦିନାକରନଙ୍କ ସମର୍ଥକ ଏବଂ ବହିଷ୍କୃତ ବିଧାୟକ ପି ଭେତ୍ରିଭେଲ୍‌ ରିଲିଜ୍‌ କରାଇଛନ୍ତି।

ଏ ପ୍ରସଙ୍ଗରେ ଭେତ୍ରିଭେଲ୍‌ କହନ୍ତି: ନେତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧରେ ଗୁଡ଼ାଏ ବିବାଦ ଉପୁଜିଛି। ଫୁଟେଜ୍‌ ରିଲିଜ୍‌ କରିବା ଛଡ଼ା ଆମର ଅନ୍ୟ କୌଣସି ଉପାୟ ନ ଥିଲା। ଆମ ନେତାକୁ ଅପବାଦ ଦେଉଥିବା କୌଣସି ବ୍ୟକ୍ତିଙ୍କୁ ଆମେ ଛାଡ଼ିବୁ ନାହିଁ। ଆର୍‌ କେ ନଗର ଉପନିର୍ବାଚନ ନିମନ୍ତେ ସମୟ ଧାର୍ଯ୍ୟ କରିବାରେ କିଛି ନାହିଁ। ଡିସେମ୍ବର ୫ ତାରିଖ ୨୦୧୬ ମସିହାରେ ଜୟଲଳିତାଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ହେବା ସ୍ୱାଭାବିକ କଥା।

୨୦୧୬ ମସିହା ସେପ୍ଟେମ୍ବର ୨୨ ତାରିଖ ଦିନ ଜୟଲଳିତା ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପରେ ଏଆଇଏଡିଏମ୍‌କେ ନେତ୍ରୀ ଭି କେ ଶଶିକଳା ଏହି ଭିଡିଓ ରେକଡିଙ୍ଗ୍‌ କରିଥିଲେ।

Image Courtesy of Deccan Chronicle

ଶଶିକଳାଙ୍କ ଠାରୁ ମୁଁ ଏହି ଫୁଟେଜ୍‌ ପାଇଥିଲି। ଏହାକୁ ରିଲିଜ୍‌ ନ କରିବାକୁ ସେ ମୋତେ କହିଥିଲେ। କିନ୍ତୁ ମୋ ବିବେକ କହିବାରୁ ମୁଁ ଏହାକୁ ରିଲିଜ୍‌ କରୁଛି ବୋଲି ସେ କହିଛନ୍ତି।

ଭିଡିଓଟି କେବେ ଏବଂ କେଉଁଠାରେ ଉଠାଯାଇଥିଲା ତା’ର ବାସ୍ତବ ସତ୍ୟତା ଯାଞ୍ଚ କରାଯାଇ ନାହିଁ।

ସେ କହିଛନ୍ତି: ଭେତ୍ରିଭେଲ୍‌ କ୍ୟାମ୍ପ୍‌ ଧୈର୍ଯ୍ୟ ଧରିଥିବା ବେଳେ ଲୋକେ ନିଜର ସୀମା ଅତିକ୍ରମ କରି ଯାଉଛନ୍ତି। ଯଦି ଆମକୁ କୁହାଯାଏ, ଆମେ ନେତ୍ରୀଙ୍କ ମୃତ୍ୟୁ ଉପରେ ଜଣିକିଆ ତଦନ୍ତ କମିସନଙ୍କ ନିକଟରେ ପ୍ରମାଣ ଦାଖଲ କରି ପାରିବୁ।

ଆମ ନିକଟରେ ଆହୁରି ଅନେକ ଭିଡିଓ ରହିଛି।

ସମ୍ବନ୍ଧିତ ଖବର