ମାନସରୋବର ଯାତ୍ରା ପୂର୍ବରୁ ନେପାଳ ରେଷ୍ଟୁରାଣ୍ଟ୍‌ରେ ଚିକେନ୍‌ ଖାଇଛନ୍ତି କି ରାହୁଲ? ଜାଣନ୍ତୁ କ’ଣ ସଫେଇ ଦେଲା ରେଷ୍ଟୁରାଣ୍ଟ୍‌

ନୂଆଦିଲ୍ଳୀ: ମାନସରୋବର ଯାତ୍ରାକୁ ନେଇ ବିବାଦରେ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସୋସିଆଲ୍‌ ମିଡିଆରେ ରାହୁଲଙ୍କୁ ନେଇ ଏବେ ବିଭିନ୍ନ କଥା ଉଠୁଛି। ଲୋକଙ୍କ କହିବା କଥା ହେଉଛି ମାନସରୋବର ଯାତ୍ରା ପୂର୍ବରୁ ରାହୁଲ ନେପାଳର ଏକ ହୋଟେଲ୍‌ରେ ଚିକେନ୍‌ ଖାଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ରାହୁଲ୍‌ ଖାଉଥିବା ରେଷ୍ଟୁରାଣ୍ଟ୍‌ରେ ଯାଇ ପହଞ୍ଚିଥିଲେ। ସେ କ’ଣ ଖାଇଲେ ବୋଲି ପଚାରିବାରୁ ରେଷ୍ଟୁରାଣ୍ଟର ଜଣେ କର୍ମୀ ଆମୀଷ ଖାଇଥିବା ଉତ୍ତର ଦେଇଥିଲେ। ମାତ୍ର ରେଷ୍ଟୁରାଣ୍ଟ୍‌ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। କୁହାଯାଇଛି କି ରାହୁଲ୍ ନିରାମିଷ ଖାଦ୍ୟ ଲାଗି ଅର୍ଡର ଦେଇଥିଲେ।

ରେଷ୍ଟୁରାଣ୍ଟ୍‌ର କର୍ମଚାରୀଙ୍କ ଅନୁଯାୟୀ, ରାହୁଲ ଚିକେନ୍‌ କୁର୍‌କୁରେ ମଗାଇଥିଲେ। ସେ ସେଠାରେ ୨ ଥର ଖାଇବା ବରାଦ କରିଥିଲେ। ରାହୁଲଙ୍କ ଆମିଷ ଖାଇବାକୁ ନେଇ ବିବାଦ ଏବେ ଜୋର୍‌ ଧରିଛି। ଏବେ ରେଷ୍ଟୁରାଣ୍ଟ୍‌ ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଇଛି। ସେମାନେ ଏବେ କହୁଛନ୍ତି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ କୈଳାସ ଯିବା ପୂର୍ବରୁ ନିରାମିଷ ଖାଇ ଯାଇଥିଲେ। ରାହୁଲ ଅଗଷ୍ଟ ୩୧ ତାରିଖରେ କାଠମାଣ୍ଡୁ ପହଞ୍ଚିଥିଲେ। ସେ ସେଠାରେ ‘ବୁଟୁ’ ରେଷ୍ଟୋରାଣ୍ଟ୍‌ରେ ରାତ୍ର ଭୋଜନ କରିଥିଲେ।

ସମ୍ବନ୍ଧିତ ଖବର