ଯାଦବ ପରିବାରକୁ ଏକାଠି କଲା ଦୀପାବଳି

ଲକ୍ଷ୍ନୌ: ଦୀପାବଳି ଅବସରରେ ଇଟାଓ୍ଵା ଜିଲ୍ଲା ଅନ୍ତର୍ଗତ ଆପଣା ପୈତୃକ ସୈଫି ଗାଁରେ ଏକତ୍ର ହୋଇଥିଲେ ଉତ୍ତର ପ୍ରଦେଶର ‘ଯାଦବ ପରିବାର’। ଗୁରୁବାରର ଦୀପାବଳି ପରିବାରକୁ ପୁନର୍ବାର ଏକତ୍ର କରିବାର ସୂଚନା ଦେଉଛି ବୋଲି ଶୁଣାଯାଉଛି।

ପାରମ୍ପରିକ ଭାବେ ଯାଦବ ପରିବାର ସମସ୍ତ ମୁଖ୍ୟ ପର୍ବପର୍ବାଣିକୁ ଏକତ୍ର ସୈଫିରେ ପାଳନ କରନ୍ତି। କିନ୍ତୁ ଗତବର୍ଷ ଅଖିଳେଶ ଯାଦବ ତାଙ୍କ ବାପା ତଥା ଦଳର ମୁଖ୍ୟ ପୃଷ୍ଠପୋଷକ ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ଦାଦି ଶିବପାଲ ଯାଦବଙ୍କ ମଧ୍ୟରେ ସମାଜବାଦୀ ପାର୍ଟିକୁ ନିୟନ୍ତ୍ରଣ କରିବା ନିମିତ୍ତ ଉପୁଜିଥିବା ବିବାଦ କାରଣରୁ ଦୀପାବଳିରେ ଏକତ୍ର ହୋଇ ନ ଥିଲେ। ସେମାନେ ହୋଲି ମଧ୍ୟ ପାଳନ କରି ନ ଥିଲେ।

ଗୁରୁବାର ଦିନ ଦୀପାବଳି ଅବକାଶରେ ଅଖିଳେଶ, ମୁଲାୟମ ଏବଂ ଶିବପାଲ ଯାଦବ ହସ ହସ ମୁହଁରେ ସୈଫିବାସୀଙ୍କୁ ସ୍ୱାଗତ କରିଥିଲେ।

Photo Courtesy of HT

ତିନି ନେତା ଏକାଠି ବସିଥିଲେ ଏବଂ ଅଖିଳେଶ ଶିବପାଲଙ୍କର ଚରଣ ସ୍ପର୍ଶ କରିଥିଲେ। ମୁଲାୟମ ଏବଂ ଅନ୍ୟମାନଙ୍କୁ ସ୍ୱାଗତ କରିବା ନିମନ୍ତେ ମଣିପୁରୀ ବିଧାୟକ ଏବଂ ମୁଲାୟମ ସିଂହଙ୍କ ପୁତୁରା-ନାତି ତେଜ ପ୍ରତାପ ସିଂହ ଯାଦବ ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ। ତାଙ୍କୁ ସ୍ୱାଗତ କରିବାକୁ ଧାଇଁ ଆସୁଥିବା ଅଖିଳେଶଙ୍କ ଝିଅ, ନାତୁଣୀ ଟିନାଙ୍କୁ ମୁଲାୟମ୍‌ କୋଳେଇ ନେଇଥିଲେ।

ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ଏବଂ ମୁଲାୟମ୍‌ଙ୍କର ସମ୍ପର୍କୀୟ ଭାଇ କିନ୍ତୁ, ଏ ବର୍ଷର ଉତ୍ସବରେ ସେଠାରେ ଉପସ୍ଥିତ ନ ଥିଲେ।

ଦଳକୁ ମଜଭୁତ୍‌ କରିବା ନିମନ୍ତେ ମୁଲାୟମ୍‌ ନେତା ଏବଂ ନିଜ ପରିବାର ସଦସ୍ୟଙ୍କୁ କହିଥିଲେ।

ଅଖିଳେଶ ଏବଂ ଶିବପାଲ ଗୋଷ୍ଠୀଙ୍କ ମଧ୍ୟରେ ପାରିବାରିକ ମାଲିକାନା ବିବାଦ ଗତବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା। ମୁଲାୟମ୍‌ ଶିବପାଲ ଗୋଷ୍ଠୀରେ ଯୋଗ ଦେଇଥିବାବେଳେ ରାମଗୋପାଳ ଅଖିଳେଶଙ୍କ ସହ ଯୋଗ ଦେଇଥିଲେ। ଅଖିଳେଶଙ୍କୁ ପାର୍ଟିର ଅଧ୍ୟକ୍ଷ କରାଇବାରେ ରାମଗୋପାଳ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ପିତ୍ର ପୁତ୍ର ସମ୍ପର୍କରେ ତିକ୍ତତା ହ୍ରାସର ଏହା ଲକ୍ଷଣ ବୋଲି କେତେକ ବିଷାରଦ କହୁଛନ୍ତି। ଦୀପାବଳି ମିଳନ ପରେ ଶିବପାଲଙ୍କୁ ଦଳର ଏକ ସମ୍ମାନଜନକ ପଦବୀ ଦିଆଯାଇ ପାରେ ବୋଲି କଳ୍ପନା ଜଳ୍ପନା ଚାଲିଛି।

ସମ୍ବନ୍ଧିତ ଖବର