‘ରାହୁଲ କାନ୍ଧରେ କେଉଁ ପଇତା ପିନ୍ଧୁଛନ୍ତି, ତାଙ୍କ ଗୋତ୍ର କ’ଣ?’: ପ୍ରଶ୍ନ କଲା ବିଜେପି

0

ଇନ୍ଦୋର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ଉଜୟନଠାରେ ଥିବା ମହାକାଳେଶ୍ୱର ମନ୍ଦିର ଗସ୍ତ କରିଥିବା ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ ଜନତା ପାଟି(ବିଜେପି)ର ମୁଖପାତ୍ର ସମ୍ବିତ ପାତ୍ର। ସମ୍ବିତ ସୋମବାର ସମାଲୋଚନା କରି କହିଛନ୍ତି କି ରାହୁଲ ଯଦି କାନ୍ଧରେ ପଇତା ପିନ୍ଧୁଛନ୍ତି ତାହାଲେ ତାଙ୍କ ଗୋତ୍ର କ’ଣ? ଏହା ବ୍ୟତୀତ ସେ କେଉଁ ଧରଣର ପଇତା ପରିଧାନ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ସେ କଂଗ୍ରେସ ସାଂସଦ ଶଶୀ ଥରୁର୍‌ଙ୍କୁ ଦଳରୁ ବହିଷ୍କୃତ କରାଯିବା ଉଚିତ ବୋଲି ମତ ରଖିଥିଲେ। ପ୍ରଭୁ ଶିବଙ୍କ ମନ୍ତ୍ରକୁ ସେ ଭୁଲ୍‌ ଭାବେ ଉଚ୍ଚାରଣ କରୁଥିବାରୁ ରାହୁଲ ଗାନ୍ଧୀ ତାଙ୍କୁ ଦଳଚ୍ୟୁତ କରିବା ଉଚିତ ବୋଲି ସେ ମତ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ମାସରୁ ରାହୁଲ ଗାନ୍ଧୀ ନିଜକୁ ଜଣେ ଶିବ ଭକ୍ତ ବୋଲି ପରିଚୟ ଦେଇ ଆସୁଛନ୍ତି। ସେ ରାଜନୀତିରେ ଜିତିବା ପାଇଁ ଶିବଙ୍କ ଅରାଧନା କରୁଛନ୍ତି ବୋଲି କହି ବିଜେପି ପୂର୍ବରୁ ଅନେକ ଥର ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ଆସୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.