ବିନା ଟଙ୍କା ଖର୍ଚ୍ଚରେ ଭଗବାନ ରାମ ମଧ୍ୟ ଜିତିପାରିବେନି ନିର୍ବାଚନ: ପୂର୍ବତନ ଆରଏସଏସ ପ୍ରମୁଖ

0 1,843

ପାଣାଜୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆାରଏସ୍‌ଏସ୍‌)ର ଗୋଆ ଶାଖାର ପୂର୍ବତନ ପ୍ରମୁଖ ସୁବାଷ ୱେଲିଙ୍ଗକର କହିଛନ୍ତି, ବର୍ତ୍ତମାନ ରାଜନୈତିକ ଅବସ୍ଥା ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ଭଗବାନ ରାମଙ୍କୁ ବି ନିର୍ବାଚନରେ ଜିତିବାକୁ ହେଲେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ନ୍ତା।

ଗୋଆ ସୁରକ୍ଷା ମଞ୍ଚ(ଜିଏସଏମ)ର ଯୁବ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସୁବାଷ ଏହା ବୁଧବାର କହିଛନ୍ତି। ସେ କହିଛନ୍ତି, ନିର୍ବାଚନ ସମୟରେ ରାଜନୀତିଜ୍ଞମାନେ ୨ ପ୍ରକାରର ହୋଇଥାନ୍ତି। ଯୁବକ ଓ ମହିଳାଙ୍କୁ ଆକର୍ଷିତ କରିବା ପାଇଁ ନଗଦ ଟଙ୍କା ଅଥବା ଉପହାର ଦେଇଥାନ୍ତି। ନିର୍ବାଚନ ପ୍ରଚାର ସମୟରେ ନେତାମାନେ ସାଧାରଣ ଲୋକଙ୍କ ଭଳି ବ୍ୟବହାର କରିଥାନ୍ତି। ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ସମୟରେ ଧନର ବ୍ୟବହାର ଯେତେବେଳ ପର୍ଯ୍ୟନ୍ତ ନକରିବେ ଭଗବାନ ରାମଙ୍କୁ ମଧ୍ୟ ନେତା ଭାବରେ ଚୟନ କରାଯାଆନ୍ତା ନାହିଁ।

Panda Mobile only

ସୁବାଷ ୨୦୧୭ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ‘ଜିଏସଏମ’ ଗଢ଼ିଥିଲେ। ବିଦ୍ୟାଳୟ ଶିକ୍ଷାରେ ଭାଷାର ମାଧ୍ୟମକୁ ନେଇ ଭାରତୀୟ ଜନତା ପାର୍ଟିର ମନ୍ତ୍ରୀ ମନୋହର ପାରିକରଙ୍କ ସହିତ ବିବାଦ ହେବା ପରେ ସେ ନୂଆ ଦଳ ଗଢ଼ିଥିଲେ। ସେ ବିଜେପି ନୈତିକତା ହରାଇଛି ବୋଲି ଅଭିଯୋଗ ଆଣିଥିଲେ। ସୁବାଷ ୨ ଜଣ ରୋଗଗ୍ରସ୍ତ ମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାହାର କରିବା ନିଷ୍ପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ନିନ୍ଦା କରିଛନ୍ତି।

ସେ କହିଛନ୍ତି ପାରିକର ୨ ଜଣ ମନ୍ତ୍ରୀଙ୍କୁ ରୋଗ ଯୋଗୁଁ କ୍ୟାବିନେଟରୁ ବାହାର କରି ଦେଇଛନ୍ତି କିନ୍ତୁ ଏହା ବଡ଼ ଦୁଃଖଦ ବିଷୟ। ୱେଲିଙ୍ଗକର କହିଛନ୍ତି, ବିଜେପି ଦୁର୍ନୀତିକୁ କୌଣସି ପ୍ରକାରରେ ପ୍ରଶୟ ଦେବାକୁ ଚାହିଁ ନଥାଏ କହୁଛି କିନ୍ତୁ ମୋ ଆଖିରେ ସେମିତି ଜଣେ ବି ସର୍ଚ୍ଚୋଟ ମନ୍ତ୍ରୀ ଦେଖାଯାଉ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.