ବିଜେଡିରେ ଯୋଗଦେଲେ ପୂର୍ବତନ ପ୍ରଶାସକଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି

ଭୁବନେଶ୍ୱର : ରାଜ୍ୟର କେତେଜଣ ବରିଷ୍ଠ ପ୍ରଶାସକ, ଚଳଚ୍ଚିତ୍ର ନିର୍ମାତା, ସାହିତ୍ୟିକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ, ସଂସ୍କୃତି ଗବେଷକ, ସଂକୀର୍ତ୍ତନ ବିଶାରଦ, ଲେଖକଙ୍କ ସମେତ ୩୨ଜଣ ପ୍ରତିଷ୍ଠିତ ବ୍ୟକ୍ତି ଆଜି ଅପରାହ୍ନରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଏଥିରେ ଅବସରପ୍ରାପ୍ତ ଆଇଏଏସ୍‌ ରବି ନାରାୟଣ ନନ୍ଦ, ପୂର୍ବତନ ସ୍ୱତନ୍ତ୍ର ସଚିବ ବିଭୁପ୍ରସାଦ ମିଶ୍ର, ପୂର୍ବତନ ଅତିରିକ୍ତ ସଚିବ ସରୋଜକାନ୍ତ ଚୌଧୁରୀ, ଅବସରପ୍ରାପ୍ତ ଓଏଏସ୍‌ ମୋହନ ପ୍ରସାଦ ମିଶ୍ର, ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି, ଲେଖକ ପ୍ରବୀର ମହାନ୍ତି, ଜୟକୃଷ୍ଣ ତ୍ରିପାଠୀ, ବିନାୟକ ବେହେରା, ରାମ ନାରାୟଣ ମହାନ୍ତି, ଅମ୍ବିକା ମହାରଣା, ରାଧାଶ୍ୟାମ ମହାନ୍ତି, ହାସ୍ୟ କବି ପ୍ରସନ୍ନ ଦାଶ, ସଂକୀର୍ତ୍ତନ ବିଶାରଦ ପଙ୍କଜ ବିଶ୍ୱାଳ, ଫକୀର ବିଶ୍ୱାଳ, ରସିକ ଦାସ, ଉଗ୍ରସେନ ଦାସ, ଦୁଷ୍ମନ୍ତ ମାଝୀ, ପାଣ୍ଡବ ସ, ଜିତୁ ହଂସ, ପାଲା ଗାୟକ ଟ୍ରଷ୍ଟର ସଭ୍ୟ ସୁରେନ୍ଦ୍ର ନାଥ ଛୋଟରାୟ, ଚଳଚ୍ଚିତ୍ର ପ୍ରଯୋଜକ ପ୍ରଶାନ୍ତ ଜେନା, ଚଳଚ୍ଚିତ୍ର ନିର୍ଦ୍ଦେଶକ କେଶବ ମଲ୍ଲିକ, ଜ୍ୟୋତି ଦାସ, ଗୌରୀ ଶଙ୍କର ଦାସ, ଲଳିତେନ୍ଦୁ ଦାସ, ଧଉଳି କଲେଜ ପୂର୍ବତନ ଅଧ୍ୟକ୍ଷ ବେଣୁ ପ୍ରତିହାରୀ, କାମାକ୍ଷାନଗର କଲେଜ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ଚକ୍ର, ଡାକ୍ତର ଗୌରୀଶଙ୍କର ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଜୟ ରାଉତରାୟ, ମହେନ୍ଦ୍ର କୁମାର ପଟ୍ଟନାୟକ, ଶରତ କୁମାର ଚଇନି, ସମାଜସେବୀ ସଂଯୁକ୍ତା ବେହେରା ପ୍ରମୁଖ ଆଜି ବିଜେଡିରେ ଯୋଗଦେଇଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ ପ୍ରମୁଖ ବ୍ୟକ୍ତିମାନଙ୍କୁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ, ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଜେଡିରେ ଯୋଗଦେବା ଆମ ପାଇଁ ଖୁସିର ବିଷୟ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର