ବିଜେଡ଼ିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ, ପ୍ରଥମ ଥର ଲାଗି ୨ଟି ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପ୍ରଥମ ଥର ଲାଗି  ନବୀନ ଏଥର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଲଢ଼ିବେ। ସେ ଦକ୍ଷିଣ ଓଡ଼ିଶାର ହିଞ୍ଜିଳି ଓ ପଶ୍ଚିମ ଓଡ଼ିଶାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ଘୋଷିତ ୯ଟି ଆସନରୁ ୮ଟିରେ ନୂତନ ପ୍ରାର୍ଥୀ ଦିଆଯାଇଛି। ଏଥି ମଧ୍ୟରେ ୩ ମହିଳା ପ୍ରାର୍ଥୀ ରହିଛନ୍ତି। ଏଥିସହ ରାଜ୍ୟସଭା ସଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।

 

ଲୋକସଭା ପ୍ରାର୍ଥୀ ତାଲିକା 

କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂହଦେଓ

କୋରାପୁଟ- କୌଶଲ୍ୟା ହିକକ୍କା

ନବରଙ୍ଗପୁର- ରମେଶ ମାଝି

ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ

ଆସ୍କା- ପ୍ରମିଳା ବିଶୋଇ

ସୁନ୍ଦରଗଡ଼- ସୁନୀତା ବିଶ୍ବାଳ

କନ୍ଧମାଳ- ଅଚ୍ୟୁତ ସାମନ୍ତ

ବରଗଡ଼- ପ୍ରସନ୍ନ ଆଚାର୍ଯ୍ୟ

ବଲାଙ୍ଗୀର –କଳିକେଶ ସିଂହଦେଓ

 

ବିଧାନସଭା ଆସନ ଲାଗି ବିଜେଡି  ପ୍ରାର୍ଥୀ ତାଲିକା

ବ୍ରହ୍ମପୁର-ବିକ୍ରମ କୁମାର ପଣ୍ଡା
ଛତ୍ରପୁର-ସୁଭାସ ଚନ୍ଦ୍ର ବେହେରା
ଆସ୍କା-ମଞ୍ଜୁଳା ସ୍ୱାଇଁ
ସୋରଡ଼ା-ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ହିଞ୍ଜିଳିକାଟୁ-ନବୀନ ପଟ୍ଟନାୟକ
କଣ୍ଟାମାଳ- ମହୀଧର ରଣା
ଭଞ୍ଜନଗର-ବିକ୍ରମ କେଶରୀ ଆରୁଖ
ବିଜେପୁର- ନବୀନ ପଟ୍ଟନାୟକ
ଦଶପଲା-ରମେଶ ବେହେରା
ବିଷମକଟକ-ଜଗନ୍ନାଥ ସରାକା
ରାୟଗଡ଼ା-ଲାଲବିହାରୀ ହିମିରିକା
ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର
ନୂଆପଡ଼ା-ରାଜେନ୍ଦ୍ର ଢ଼ୋଲକିଆ
ଖରିଆର-ଲମ୍ବୋଧର ନିହାଲ
ଜି.ଉଦୟଗିରି-ସାଲୁଆ ପ୍ରଧାନ
ଖଲିକୋଟ-କେ କେ ସୂର୍ଯ୍ୟମଣୀ ବୈଦ୍ୟ
ଜୟପୁର-ରବିନାରାୟଣ ନନ୍ଦ
ଭବାନୀପାଟଣା-ଦୁଷ୍ମନ୍ତ ନାୟକ
ନର୍ଲା-ଭୂପିନ୍ଦର ସିଂ
ସାନଖେମୁଣ୍ଡି-ନନ୍ଦିନୀ ଦେବୀ
ପୋଲସରା-ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର-ଲତିକା ପ୍ରଧାନ
ପଦ୍ମପୁର-ବିଜୟ ରଞ୍ଜନ ସିଂ ବରିହା
ଝାରସୁଗୁଡ଼ା- ନବକଶୋର ଦାସ
ରାଉରକେଲା-ସାରଦା ନାୟକ
ରଘୁନାଥପାଲି-ସୁବ୍ରତ ତରାଇ
ଭଟଲି-ସୁଶାନ୍ତ ସିଂ
ଅତାବିରା-ସ୍ନେହାଙ୍ଗିନୀ ଛୁରିଆ
ବୀରମହାରାଜପୁର-ପଦ୍ମନାଭ ବେହେରା
ଟିଟିଲାଗଡ଼-ଟୁକୁନି ସାହୁ
ପାଟନାଗଡ଼-ସରୋଜ ମେହେର
ସୋନପୁର-ନିରଞ୍ଜନ ପୂଜାରୀ
ବରଗଡ଼-ଦେବେଶ ଆଚାର୍ଯ୍ୟ
କଣ୍ଟାବାଞ୍ଜି-ଅଜୟ ଦାସ
ବୌଦ୍ଧ-ପ୍ରଦୀପ କୁମାର ଅମାତ
ବାଲିଗୁଡ଼ା-ଚକ୍ରଧର କହଁର
ଧର୍ମଗଡ଼-ମୌସୁଦୀ ବାଗ
କୋରାପୁଟ-ରଘୁରାମ୍‌ ପଡାମ୍‌
ଚିକିଟି-ଉଷା ଦେବୀ
ବଣାଇ- ରଞ୍ଜିତ କିଷାନ୍‌
ତଳସରା-ଷ୍ଟିଫେନ୍‌ ସୋରେନ୍‌
ରାଜଗାଙ୍ଗପୁର-ମଙ୍ଗଳା କିଷାନ୍‌
ସୁନ୍ଦରଗଡ଼-ଯୋଗେଶ ସିଂ
ଚିତ୍ରକୋଣ୍ଡା-ପୂର୍ଣ୍ଣଚନ୍ଦ୍ର ସାକାୟ
କୋଟପାଡ୍‌- ପଦ୍ମିନୀ ଦିଆନ୍‌
ଡାବୁଗାଁ-ମନୋହର ରନ୍ଧାରୀ
ଉମରକୋଟ୍‌-ସୁବାସ ଗଣ୍ଡ
ନବରଙ୍ଗପୁର-ସଦାଶିବ ପ୍ରଧାନୀ
ଲକ୍ଷ୍ମୀପୁର-ପ୍ରଭୁ ଜାନୀ
ଗୁଣୁପୁର-ରଘୁରାମ୍‌ ଗମାଙ୍ଗ
ମୋହନା-ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡୀ-କଲ୍ୟାଣୀ ଗଜପତି
ଗୋପାଳପୁର-ପ୍ରଦୀପ କୁମାର ପାଣିଗ୍ରାହୀ
ଦିଗପହଣ୍ଡି-ସୂର୍ଯ୍ୟନାରାୟଣ ପାତ୍ର

ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ଲାଗି ଏପ୍ରିଲ୍‌ ୧୧ ତାରିଖ ଦିନ ଭୋଟ୍‌ ଗ୍ରହଣ କରାଯିବ।

ମାର୍ଚ ୧୮ ତାରିଖରୁ ମାର୍ଚ ୨୫ ତାରିଖ ଯାଏଁ ଏହି ଆସନଗୁଡ଼ିକ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିବ।

ସମ୍ବନ୍ଧିତ ଖବର