ବିଜେପି ପାଇଁ ଆଶ୍ୱସ୍ତି : ହରିୟାନା ପୌର ନିର୍ବାଚନରେ ହାସଲ କଲା ଆଶାତୀତ ସଫଳତା, ହାତେଇଲା ୫ଟି ସହରର ମେୟର ପଦ

ନୂଆଦିଲ୍ଲୀ : ନିକଟରେ ଅନୁଷ୍ଠିତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପି ପାଇଁ କିଛିଟା ଆଶ୍ୱସ୍ତିଭରା ଖବର ଆସିଛି । ହରିୟାନାରେ ଅନୁଷ୍ଠିତ ପୌରନିର୍ବାଚନରେ ବିଜେପି ଆଶାତୀତ ସଫଳତା ହାସଲ କରିଛି । ନିର୍ବାଚନ ହୋଇଥିବା ୫ଟି ନଗରର ମେୟର ପଦ ବିଜେପି ହାତକୁ ଯାଇଛି । କଂଗ୍ରେସ ଏହି ନିର୍ବାଚନରେ ନିଜ ଦଳୀୟ ଚିହ୍ନରେ ପ୍ରତିଯୋଗିତା କରିନଥିଲେ ମଧ୍ୟ କେତେକ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ।

ଯମୁନାନଗରରେ ବିଜେପିର ମଦନ ସିଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୪୦ ହଜାର ଭୋଟରେ ଜିତିଛନ୍ତି । ସେହିପରି ପାନିପଥରେ ବିଜେପିର ଅଭନିତ ପ୍ରାୟ ୭୪୯୦୦ ଭୋଟ ବ୍ୟବଧାନରେ ଜିତିଛନ୍ତି । ସେହିପରି ହିସାରରେ ଗୌତମ ସର୍ଦାନା, କର୍ନାଲରେ ରେନୁ ବାଲା, ରୋହତକରେ ମନମୋହନ ଜିତିଛନ୍ତି । ଏସବୁ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମନୋହାରଲାଲ ଖଟ୍ଟର ପ୍ରଚାର କରିଥିଲେ । ଏଥିରେ ପ୍ରାୟ ୬୪ ପ୍ରତିଶତ ଭୋଟିଂ ହୋଇଥିଲା । ଏହି ନିର୍ବାଚନରେ ଜାତୀୟ ଲୋକଦଳ-ବହୁଜନ ସମାଜ ପାର୍ଟି ମେଣ୍ଟ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଥିଲା ।

ସମ୍ବନ୍ଧିତ ଖବର