ବିଜେଡି ଛାଡିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର

ବାରିପଦା: ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବରେ ଉତ୍ତର ଓଡ଼ିଶାରେ ସୁପରିଚିତ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଶନିବାର ଦଳ ଛାଡିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଡାକଯୋଗେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଲକ୍ଷ୍ମଣ ଟୁଡୁ ମୟୁରଭଞ୍ଜ ଜିଲ୍ଲା ବିଜେଡିର ୩ ଥର ସଭାପତି ହୋଇଥିଲେ।

ଦଳ ଛାଡିବା ନେଇ ପୂର୍ବତନ ସାଂସଦ ଟୁଡୁ କହିଛନ୍ତି, ଦଳରେ ତାଙ୍କୁ ଅଣଦେଖା କରାଯଉଛି। ବିଜୁ ଜନତା ଦଳ ଏକ କର୍ପୋରେଟ ହାଉସରେ ପରିଣତ ହୋଇଛି। ବିଜୁବାବୁଙ୍କ ଆଦର୍ଶରେ ଗଠିତ ହୋଇଥିବା ବିଜେଡି ଆଉ ପୂର୍ବସ୍ଥିତିରେ ନାହିଁ। କର୍ମୀମାନଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। ସେ କହିଛନ୍ତି, ଦଳ ଛାଡିବା ନେଇ ଆଗାମୀ ଦିନରେ ଏକ ସାମ୍ବାଦିକ ସମ୍ମିଳନୀରେ ସବୁ କହିବେ। କେଉଁ ଦଳରେ ଯୋଗଦେବି ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବି ବୋଲି ଟୁଡୁ କହିଛନ୍ତି।

ସମ୍ବନ୍ଧିତ ଖବର